ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏମବିଏ ବିଭାଗରେ ଡୁରିଆନ୍ ଫର୍ଣ୍ଣିଚର କଂପାନୀ ତରଫରୁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ଵବିଦ୍ୟାଳୟର ଏମବିଏ ବିଭାଗ, ଆଇ ଆର୍ ଏଣ୍ଡ ପି ଏମ୍ ବିଭାଗ ଏବଂ କମର୍ସ ବିଭାଗର ୩୫ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ମୁମ୍ବାଇ ସ୍ଥିତ ଡୁରିଆନ୍ କଂପାନୀ ର ମାନବ ସମ୍ବଳ ବିଭାଗର ମୁଖ୍ୟ ବିଦ୍ୟୁତ୍ ରଞ୍ଜନ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କ ସାକ୍ଷାତକାର ନେବା ସହ ୧୨ ଜଣ ଛାତ୍ର-ଛାତ୍ରୀଙ୍କୁ କମ୍ପାନୀରେ ନିଯୁକ୍ତି ପ୍ରଦାନ ନିମନ୍ତେ ଚୟନ କରିଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମକୁ ଏମବିଏ ବିଭାଗର ପ୍ଲେସମେଣ୍ଟ ଅଫିସର ଡ. ସୁମନ କଲ୍ୟାଣ ଚୌଧୁରୀ ପରିଚାଳନା କରିଥିଲେ। ବିଭାଗର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ।
Popular Categories



