www.samajalive.in
Monday, December 15, 2025
24.1 C
Bhubaneswar

କର୍ମଚାରୀ ଏବଂ ଶ୍ରମିକଙ୍କୁ ମିଳିବ ଏହି ଫାଇଦା -ଚାରି ନୂଆ ଲେବର କୋଡ ଲାଗୁ କଲେ ମୋଦୀ ସରକାର

ନୂଆଦିଲ୍ଲୀ – ମୋଦୀ ସରକାର ୨୧ ନଭେମ୍ବରରୁ ସାରା ଦେଶରେ ଚାରୋଟି ନୂଆ ଲେବର୍‌ କୋଡ୍‌ ଲାଗୁ କରିଛନ୍ତି । ଏଥିରେ ସର୍ବନିମ୍ନ ଦରମା, ନିଯୁକ୍ତ ପତ୍ର, ସମାନ କାମକୁ ସମାନ ଦରମା,ସାମାଜିକ ସୁରକ୍ଷା , ଓଭର୍‌ଟାଇମ୍‌କଲେ ଦୁଇ ଗୁଣା ଦରମା,ଫିକ୍ସ ଟର୍ମ ଗ୍ରାଚୁଟି ଏବଂ ଅସୁରିକ୍ଷିତ ସ୍ଥାନରେ ୧୦୦ ପ୍ରତିଶତ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହା ଦେଶର ଶ୍ରମିକମାନଙ୍କ ସୁରକ୍ଷା ପାଇଁ ସବୁଠାରୁ ବଡ ପଦକ୍ଷେପ ବୋଲି କୁହାଯାଇଛି । ସାମାଜିକ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ୪୦ ବର୍ଷରୁ ଅଧିକ ଶ୍ରମିକମାନଙ୍କର ପାଇଁ ପ୍ରତିବର୍ଷ ସ୍ୱାସ୍ଥ୍ୟ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଶୋଷଣ ହ୍ରାସପାଇବ ।

- Advertisement -

କର୍ମଚାରୀ ଏବଂ ଶ୍ରମିକଙ୍କୁ ଠିକ୍‌ ସମୟରେ ଦରମା ଦିଆଯିବ । କୌଣସି କମ୍ପାନୀ ବା ନିଯୁକ୍ତିଦାତା ଦରମା ରୋକିବା ସହଜ ହେବ ନାହିଁ । ସମସ୍ତ ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ଅନିବାର୍ଯ୍ୟ କରାଯାଇଛି । ଚାକିରିରେ ଯୋଗଦେବା ମାତ୍ରେ ନିଯୁକ୍ତିପତ୍ର ଦିଆଯିବ । ମହିଳାମାନଙ୍କୁ ସମାନ କାମକୁ ସମାନ ଦରମା ଦିଆଯିବ । ଲିଙ୍ଗଗତ ଅସମାନତାକୁ ସମାପ୍ତ କରାଯାଇଛି ।
୪୦ କୋଟି ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ।

ଅଧାରୁ ଅଧିକ ଶ୍ରମବଳ ପ୍ରଥମ ଥର ପାଇଁ ଏତେ ବଡ଼ ସୁରକ୍ଷା ପାଇଛନ୍ତି ।
ସ୍ଥାୟୀ କର୍ମଚାରୀମାନଙ୍କୁ କେବଳ ୧ ବର୍ଷ ପରେ ଗ୍ରାଚ୍ୟୁଇଟି
ଏବେ ଅସ୍ଥାୟୀ କର୍ମଚାରୀମାନେ ମଧ୍ୟ ସ୍ଥାୟୀ କର୍ମଚାରୀମାନଙ୍କ ଭଳି ସୁରକ୍ଷା ପାଇବେ।

୪୦ରୁ ଅଧିକ ବୟସର କର୍ମଚାରୀମାନଙ୍କ ପାଇଁ ବାର୍ଷିକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

ଓଭରଟାଇମ୍ ଉପରେ ଦୁଇଗୁଣ ଦରମା ଗ୍ୟାରେଣ୍ଟି ଏବେ ଅତିରିକ୍ତ କାମର ପୂର୍ଣ୍ଣ ଏବଂ ଉଚିତ ମୂଲ୍ୟ ମିଳିବ।

ବିପଦପୂର୍ଣ୍ଣ କ୍ଷେତ୍ର ଗୁଡ଼ିକରେ ୧୦୦% ସ୍ୱାସ୍ଥ୍ୟ ସୁରକ୍ଷା ଖଣି, କେମିକାଲ୍, କନଷ୍ଟ୍ରକସନ୍ ଭଳି ଅତି ବିପଦପୂର୍ଣ୍ଣ ଚାକିରି କରୁଥିବା ଲୋକମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା।

ଏହା ଶ୍ରମିକ ଏବଂ କର୍ମଚାରୀଙ୍କୁ ନ୍ୟାୟ ଏବଂ ସୁରକ୍ଷା ଦେବ ବୋଲି ମୋଦୀସରକାର ପକ୍ଷରୁ ସୁନିଶ୍ଚିତ କରାଯାଇଛି ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories