www.samajalive.in
Friday, December 5, 2025
20.1 C
Bhubaneswar

ଅଯୋଧ୍ୟାରେ ନୂଆ ବିଶ୍ୱ ରେକର୍ଡ କଲା ସୁଦର୍ଶନଙ୍କ ବାଲୁକା କଳା

ନୂଆଦିଲ୍ଲୀ: ସୋମବାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଛି। ସାରା ବିଶ୍ବବାସୀ ସେହି ଦିବ୍ୟ ମୁହୁର୍ତ୍ତକୁ ଅପେକ୍ଷା କରି ରହିଛନ୍ତି। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଉ ଏକ କୀର୍ତ୍ତିମାନ ଅର୍ଜନ କରିଛନ୍ତି।  ଅଯୋଧ୍ୟାରେ ସେ ବାଲୁକା କଳାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତୀ ଏବଂ ରାମ ମନ୍ଦିର ନିର୍ମାଣ କରିଛନ୍ତି। ଅଯୋଧ୍ୟାର ରାମକଥା ପାର୍କରେ ସୁଦର୍ଶନଙ୍କ ଦ୍ୱାରା ପ୍ରସ୍ତୁତ ରାମମନ୍ଦିରର ଉଚ୍ଚତା ୨୩ ଫୁଟ୍‌ ଥିବାବେଳେ ଲମ୍ବ ୫୫ ଓ ଓସାର ୩୫ ଫୁଟ୍‌ ରହିଛି। ଏହାକୁ ୱାଲ୍ଡ ରେକର୍କ୍ସ ବୁକ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ସ୍ବୀକୃତି ପ୍ରଦାନ କରାଯାଇଛି। ୫୦୦ ବର୍ଷ ଧରି ପ୍ରଭୁଙ୍କ ଆଗମନ ପାଇଁ କରାଯାଇଥିବା ପ୍ରତୀକ୍ଷାର ଅନ୍ତ ଘଟିଥିବା ସେ ଓ ତାଙ୍କ ୭ ଜଣ ଛାତ୍ରୀଛାତ୍ରୀ ଏହି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି।  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମକଥା ପାର୍କ ପରିଦର୍ଶନ କରି ସୁଦର୍ଶନଙ୍କ କୃତି ସମ୍ମୁଖରେ ସେଲ୍ଫି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories