www.samajalive.in
Monday, December 8, 2025
24.1 C
Bhubaneswar

‘ଏଲନ୍‍ ମସ୍କ ମାନସିକ ଭିନ୍ନକ୍ଷମ’

ନ୍ୟୁୟର୍କ: ବିଶ୍ୱର କୋଟିପତି ଏଲନ୍‍ ମସ୍କ ଜଣେ ମାନସିକ ଭିନ୍ନକ୍ଷମ ବୋଲି ଟ୍ୱିଟର୍‍ର ଜଣେ କର୍ମଚାରୀ ଆଲେକ୍ସ ମାର୍ଟିନେଜ କହିଛନ୍ତି। ଟ୍ୱିଟର ନୀତିକୁ ସମାଲୋଚନା କରୁଥିବା ଏବଂ ଏହାକୁ ଖରିଦ କରିବାକୁ କହୁଥିବା ଏଲନ୍‍ ମସ୍କଙ୍କୁ ସେ ତୀବ୍ର ସମାଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏଲନ୍‍ ମସ୍କ ଟ୍ୱିଟର୍‍ର ନୂଆ ମାଲିକ ହେବେ ବୋଲି ଶୁଣିବା ପରେ ଗତ କିଛି ସପ୍ତାହ ଧରି ଏହାର କର୍ମଚାରୀମାନେ ଇତଃସ୍ତତ ଅବସ୍ଥାରେ ରହିଥିଲେ। କାରଣ ମସ୍କ ଘୋଷଣା କରିଥିଲେ ଯେ ସେ ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ଏହା ପରିଚାଳନା ବ୍ୟବସ୍ଥାରେ ପରିବର୍ତ୍ତନ କରିବେ। ଇତିମଧ୍ୟରେ କମ୍ପାନୀ କିଛି କର୍ମଚାରୀଙ୍କୁ ବିଦା କରିଦେଇଥିବାବେଳେ ଆଉ କିଛି କର୍ମଚାରୀ ସ୍ୱେଚ୍ଛାକୃତ ଭାବେ କମ୍ପାନୀ ପରିତ୍ୟାଗ କରିଛନ୍ତି। ସମ୍ପ୍ରତି ରହିଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ କ୍ଷୁବ୍ଧ କର୍ମଚାରୀ ଏଲନ ମସ୍କଙ୍କୁ ମାନସିକ ଭିନ୍ନକ୍ଷମ ବୋଲି ଅଭିହିତ କରିଛନ୍ତି। ଏଥିସହିତ ମସ୍କଙ୍କର ଟ୍ୱିଟର ପ୍ଲାଟଫର୍ମକୁ ମୁକ୍ତ ଅଭିବ୍ୟକ୍ତି ନିମନ୍ତେ ବ୍ୟବହାର କରିବା ଚିନ୍ତାଧାରାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି। ଏହି ଅବସରରେ ଟ୍ୱିଟରକୁ ନେଇ ମସ୍କଙ୍କର ନୀତିନିଷ୍ପତା ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଟ୍ୱିଟର ନୀତି ହେଉଛି ଭ୍ରାନ୍ତ ସୂଚନା ପ୍ରସାରଣକୁ ବନ୍ଦ କରିବା, ଯାହାକୁ ଏଲନ ମସ୍କ ଖୋଲାଖୋଲି ସମାଲୋଚନା କରୁଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories