www.samajalive.in
Monday, December 8, 2025
14.1 C
Bhubaneswar

‘ଏଲନ୍‍ ମସ୍କ ମାନସିକ ଭିନ୍ନକ୍ଷମ’

ନ୍ୟୁୟର୍କ: ବିଶ୍ୱର କୋଟିପତି ଏଲନ୍‍ ମସ୍କ ଜଣେ ମାନସିକ ଭିନ୍ନକ୍ଷମ ବୋଲି ଟ୍ୱିଟର୍‍ର ଜଣେ କର୍ମଚାରୀ ଆଲେକ୍ସ ମାର୍ଟିନେଜ କହିଛନ୍ତି। ଟ୍ୱିଟର ନୀତିକୁ ସମାଲୋଚନା କରୁଥିବା ଏବଂ ଏହାକୁ ଖରିଦ କରିବାକୁ କହୁଥିବା ଏଲନ୍‍ ମସ୍କଙ୍କୁ ସେ ତୀବ୍ର ସମାଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏଲନ୍‍ ମସ୍କ ଟ୍ୱିଟର୍‍ର ନୂଆ ମାଲିକ ହେବେ ବୋଲି ଶୁଣିବା ପରେ ଗତ କିଛି ସପ୍ତାହ ଧରି ଏହାର କର୍ମଚାରୀମାନେ ଇତଃସ୍ତତ ଅବସ୍ଥାରେ ରହିଥିଲେ। କାରଣ ମସ୍କ ଘୋଷଣା କରିଥିଲେ ଯେ ସେ ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ଏହା ପରିଚାଳନା ବ୍ୟବସ୍ଥାରେ ପରିବର୍ତ୍ତନ କରିବେ। ଇତିମଧ୍ୟରେ କମ୍ପାନୀ କିଛି କର୍ମଚାରୀଙ୍କୁ ବିଦା କରିଦେଇଥିବାବେଳେ ଆଉ କିଛି କର୍ମଚାରୀ ସ୍ୱେଚ୍ଛାକୃତ ଭାବେ କମ୍ପାନୀ ପରିତ୍ୟାଗ କରିଛନ୍ତି। ସମ୍ପ୍ରତି ରହିଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ କ୍ଷୁବ୍ଧ କର୍ମଚାରୀ ଏଲନ ମସ୍କଙ୍କୁ ମାନସିକ ଭିନ୍ନକ୍ଷମ ବୋଲି ଅଭିହିତ କରିଛନ୍ତି। ଏଥିସହିତ ମସ୍କଙ୍କର ଟ୍ୱିଟର ପ୍ଲାଟଫର୍ମକୁ ମୁକ୍ତ ଅଭିବ୍ୟକ୍ତି ନିମନ୍ତେ ବ୍ୟବହାର କରିବା ଚିନ୍ତାଧାରାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି। ଏହି ଅବସରରେ ଟ୍ୱିଟରକୁ ନେଇ ମସ୍କଙ୍କର ନୀତିନିଷ୍ପତା ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଟ୍ୱିଟର ନୀତି ହେଉଛି ଭ୍ରାନ୍ତ ସୂଚନା ପ୍ରସାରଣକୁ ବନ୍ଦ କରିବା, ଯାହାକୁ ଏଲନ ମସ୍କ ଖୋଲାଖୋଲି ସମାଲୋଚନା କରୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories