www.samajalive.in
Sunday, November 16, 2025
15.1 C
Bhubaneswar

ଏମିତି ଏକ ଗାଁ ; ହାତୀଙ୍କ ପାଇଁ ତିଆରି ହୋଇଛି ଆପାର୍ଟମେଣ୍ଟ, ଖାଦ୍ୟ ଠାରୁ ଆରମ୍ଭ କରି ରହିଛି ସବୁ ସୁବିଧା..

ଜୟପୁର : ରାଜସ୍ଥାନର ଗ୍ରାମୀଣ ଅଞ୍ଚଳରେ ମନୁଷ୍ୟଙ୍କର ଗାଁ ଦେଖି ଥିବେ। ମାତ୍ର ଆପଣ କେବେ ଏପରି ଗାଁ ବିଷୟରେ ଜାଣିଛନ୍ତି କି, ଯାହା ହାତୀମାନଙ୍କ ପାଇଁ ତିଆରି ହୋଇଛି। ଜୟପୁରରେ ଏପରି ହିଁ ଏକ ଗାଁ ରହିଛି, ଯେଉଁ ଠାରେ ପ୍ରାୟ ୮୦ ହାତୀ ରହୁଛନ୍ତି। ସେମାନଙ୍କ ପାଇଁ ୧ ବିଏଚକେ ଓ ୨ ବିଏଚକେ ଭଳି ଘର ମଧ୍ୟ ତିଆରି କରାଯାଇଛି। ହାତୀ ଗାଁରେ ହାତୀଙ୍କ ପାଇଁ ପୋଖରୀ, କାଦୁଅ ସ୍ଥାନ, ମେଡିକାଲ ଭଳି ସୁବିଧା ମଧ୍ୟ ଉପଲବ୍ଧ ରହିଛି।

ଜୟପୁରରୁ ପ୍ରାୟ ୨୦ କିଲୋମିଟର ଦୂର ଆମେର କିଲ୍ଲା ନିକଟରେ ହିଁ ହାତୀଙ୍କ ଗାଁ ରହିଛି। ଏଠାରେ ହାତୀ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାକୁ ଦେଖିବାକୁ ଖାଲି ଦେଶରୁ ନୁହେଁ ବରଂ ବିଦେଶରୁ ମଧ୍ୟ ପର୍ଯ୍ୟଟକ ଆସି ଥାଆନ୍ତି। ପର୍ଯ୍ୟଟକ ଏଠାକୁ ହାତୀ ସଫାରୀର ମଜା ନେବାକୁ ଆସି ଥାଆନ୍ତି। ଏଠାରେ କେବଳ ସଫାରୀର ମଜା ନେଇ ଥାଆନ୍ତି ତାହା ନୁହେଁ ବରଂ ହାତୀମାନଙ୍କ ଜୀବନଶୈଳୀକୁ ନିକଟରୁ ଜାଣିବାର ସୁଯୋଗ ମିଳିଥାଏ।

- Advertisement -

ସୂଚନାନୁଯାୟୀ, ଏହା ଦେଶର ଗୋଟିଏ ହାତୀ ଗାଁ ଯେଉଁ ଠାରେ ପ୍ରାୟ ୮୦ ହାତୀ ରହିଛନ୍ତି। ଏହାସହ ସେହି ସଂଖ୍ୟାରେ ହାତୀ ମାହୁନ୍ତ ମଧ୍ୟ ରହିଛନ୍ତି। କାରଣ ଗୋଟିଏ ହାତୀକୁ ଜଣେ ମାହୁନ୍ତର ପରିବାର ଦେଖାଶୁଣା କରି ପାରିବେ। ହାତୀଙ୍କ ନାମ ମଧ୍ୟ ରହିଛି।

ବାସ୍ ଆଉ ୨ ଦିନ ପରେ ଏହି ୪ ରାଶିଙ୍କ ଭାଗ୍ୟ ବଦଳିଯିବ; ଶୁକ୍ର ଦେବେ ଧନ,ସୁଖମୟ ଜୀବନ..

ହାତୀଙ୍କୁ ଋତୁ ଅନୁଯାୟୀ ଖାଦ୍ୟ ଖାଇବାକୁ ଦିଆଯାଏ। ଏଠାରେ ହାତୀ ସଂଖ୍ୟା ବୃଦ୍ଧି ପାଇବା ଦେଖାଯିବା ପରେ ୨୦୧୦ରେ ଏହାକୁ ହାତୀ ଗାଁ ଭାବେ ଘୋଷଣା କରାଯାଇଛି। ୨୦୧୦ରେ ପ୍ରାୟ ୧୦୦ ଏକରରେ ଏହି ଗାଁକୁ ସ୍ଥାପନ କରାଯାଇଥିଲା। ଏହି କାରଣରୁ ଏହାକୁ ଦେଖିବାକୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସି ଥାଆନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories