
‘ଭୋଜି ବନ୍ଦ କର’.. ଦେଖନ୍ତୁ ଭିଡିଓ ; ଜଙ୍ଗଲରୁ ଆସି ହଠାତ୍ ପର୍ଯ୍ୟଟକଙ୍କୁ ଗୋଡାଇଲା ହାତୀ, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହୋଇଥାଏ । କିଛି ଆଶ୍ଚର୍ଯ୍ୟଚକିତ ସହ ଭୟଭୀତ ମଧ୍ୟ କରିଥାଏ । ହାତୀର ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଭାଇରାଲ୍ ହେଉଥିବା ହାତୀର ଏକ ଭିଡିଓ ଭୟଭୀତ କରୁଛି ।
ନଦୀ କୂଳରେ ପିକ୍ନିକ୍ କରୁଥିବା ସମୟରେ ହଠାତ୍ ଏକ ହାତୀ ସେଠାରେ ଆସି ପହଞ୍ଚି ଯାଇଥିଲା । ସେଠାରେ ଥିବା ଅନେକ ପର୍ଯ୍ୟଟକ ଭୟଭୀତ ହେବା ସହ ଏଣେତେଣେ ଦୌଡିବାକୁ ଆରମ୍ଭ କଲେ । ଜଙ୍ଗଲରୁ ହଠାତ୍ ଏକ ହାତୀ ଏଭଳି ଗୋଡାଇ ଆସିଲେ ଭୟଭୀତ ହେବା ସାଧାରଣ କଥା ।
Tell me whose mistake it is. Why to chose location for picnic where the elephants are moving usually. In search of beautiful location please don’t put life in danger. pic.twitter.com/heteJAk0rt
— Parveen Kaswan, IFS (@ParveenKaswan) June 13, 2025
ଭିଡିଓରେ ଦେଖିପାରିବେ, ନଦୀ କୂଳରେ ଏକ ପିକ୍ନିକ୍ ସ୍ଥାନରେ ଲୋକେ ବୁଲିବା ସହ ଭୋଜିଭାତର ଆୟୋଜନ କରୁଥିଲେ । ମାତ୍ର ସେହି ସମୟରେ ଜଙ୍ଗଲରୁ ଏକ ହାତୀ ଆସି ଉପସ୍ଥିତ ଥିବା ଲୋକଙ୍କୁ ଗୋଡାଇବାକୁ ଲାଗିଲା । ହାତୀକୁ ଦେଖି ସଭିଏଁ ଭୟଭୀତ ହେବା ସହ ଏଣେତେଣ ଦୌଡିବାକୁ ଆରମ୍ଭ କରିଥିଲେ । ସେଠାରେ ଚିତ୍କାର ମଧ୍ୟ କରୁଥିଲେ । ଏହାପରେ ହାତୀଟି କିଛି ବାଟ ଗୋଡାଇବା ପରେ ସେଠାରେ ଥିବା ଏକ ନାଳକୁ ଅତିକ୍ରମ କରି ସେଠାରୁ ପଳାଇଥିଲା । ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଅହମଦାବାଦ ବିମାନ ଦୁର୍ଘଟଣାରେ କେମିତି ବର୍ତ୍ତିଗଲେ ବିଶ୍ୱାସ ; କହିଲେ ଛାତିଥରା କାହାଣୀ
Comments are closed.