www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ଝିଅ ଅନାଥ: ମାଆର ଅସ୍ଥି ବିସର୍ଜନ କରିବାକୁ ଆସିଥିଲେ ବାପା, ବିମାନ ଦୁର୍ଘଟଣାରେ ଗଲା ଜୀବନ

ସମାଜ ଡିଜିଟାଲ ଡେସ୍କ: ଅହମ୍ମଦାବାଦରେ ଗୁରୁବାର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଅନେକ ଦୁଃଖଦ କାହାଣୀ ସାମ୍ନାକୁ ଆସୁଛି। ବିମାନ ଦୁର୍ଘଟଣାରେ କିଏ ନିଜ ସ୍ତ୍ରୀଙ୍କୁ ହରାଇଛି, ତ ଆଉ କିଏ ନିଜ ସ୍ୱାମୀ ଏବଂ ପିଲାମାନଙ୍କୁ ହରାଇଛି। ଏଭଳି ଏକ ଯନ୍ତ୍ରଣାଦାୟକ କାହାଣୀ ହେଉଛି ଜଣେ ସ୍ୱାମୀଙ୍କର, ଯିଏ ତାଙ୍କ ପତ୍ନୀଙ୍କ ଅସ୍ଥି ବିସର୍ଜନ କରିବାକୁ ଲଣ୍ଡନରୁ ଭାରତ ଆସିଥିଲେ, କିନ୍ତୁ ଏହି ବିମାନ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଇଛି। ତାଙ୍କର ଦୁଇଟି ଛୋଟ ଝିଅ ଅଛନ୍ତି, ଯେଉଁମାନେ ଲଣ୍ଡନରେ ତାଙ୍କ ବାପାଙ୍କୁ ଅପେକ୍ଷା କରି ରହିଛନ୍ତି।

ସୂଚନା ଅନୁସାରେ, ଅମରେଲିର ଭାଡିଆ ନିବାସୀ ଅର୍ଜୁନଭାଇ ମନୁଭାଇ ପଟୋଲିଆ ତାଙ୍କ ପରିବାର ସହିତ ଲଣ୍ଡନରେ ରହୁଥିଲେ। ତାଙ୍କ ପତ୍ନୀ ଭାରତୀବେନଙ୍କ ସାତ ଦିନ ପୂର୍ବରୁ ଲଣ୍ଡନରେ ମୃତ୍ୟୁ ଘଟିଥିଲା। ତାଙ୍କ ପତ୍ନୀଙ୍କ ଶେଷ ଇଚ୍ଛା ଥିଲା ଯେ, ତାଙ୍କ ଅସ୍ଥି ଅମରେଲି ଜିଲାରେ ତାଙ୍କ ପୈତୃକ ଗାଁର ନଦୀରେ ବିସର୍ଜନ କରାଯାଉ। ଅର୍ଜୁନଭାଇ ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ଗୁଜରାଟ ଆସିଥିଲେ।

- Advertisement -

ପତ୍ନୀଙ୍କ ଅସ୍ଥି ବିସର୍ଜନ ସାରି ଅର୍ଜୁନଭାଇ ଗୁରୁବାର ଏୟାର ଇଣ୍ଡିଆ ବିମାନରେ ଲଣ୍ଡନ ଫେରୁଥିଲେ। କିନ୍ତୁ ଅହମ୍ମଦାବାଦରୁ ଉଡ଼ାଣ ଭରିବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା କ୍ରୁ ସଦସ୍ୟଙ୍କ ସମେତ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରେ ଅର୍ଜୁନଭାଇ ମଧ୍ୟ ଥିଲେ। ଏହି ଦୁର୍ଘଟଣାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଅର୍ଜୁନଭାଇଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, ତାଙ୍କର ଆଠ ବର୍ଷ ଏବଂ ଚାରି ବର୍ଷ ବୟସର ଦୁଇଟି ଝିଅ ଅଛନ୍ତି, ଯେଉଁମାନେ ଲଣ୍ଡନରେ ଅଛନ୍ତି। ସେମାନେ ସାତ ଦିନ ପୂର୍ବରୁ ତାଙ୍କ ମାଆଙ୍କୁ ହରାଇଛନ୍ତି ଏବଂ ଏବେ ତାଙ୍କ ବାପା ଅର୍ଜୁନଭାଇ ଅହମଦାବାଦ ବିମାନ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅର୍ଜୁନଙ୍କ ବାପାଙ୍କ ମୃତ୍ୟୁ ହୋଇସାରିଛି। ତାଙ୍କ ମାଆ ସୁରଟରେ ରୁହନ୍ତି। ବିମାନ ଦୁର୍ଘଟଣା ପରେ ଅମରେଲିରେ ଥିବା ଅର୍ଜୁନଭାଇଙ୍କ ସମ୍ପର୍କୀୟ ଏବଂ ପରିଚିତ ଲୋକଙ୍କ ଘରେ ଶୋକର ଛାୟା ଖେଳିଯାଇଛି। ଅପରପକ୍ଷେ, ଲଣ୍ଡନରେ ରହୁଥିବା ଦୁଇ ନିରୀହ ଝିଅ ସେମାନଙ୍କ ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି, କିନ୍ତୁ ତାଙ୍କର କୌଣସି ଧାରଣା ନାହିଁ ଯେ, ଏବେ ତାଙ୍କ ବାପା ଆଉ କେବେ ଫେରିବେ ନାହିଁ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories