www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରେନ ଦୁର୍ଘଟଣାରେ ହାତୀ ଗୁରୁତର ଆହତ

ରାଜଗାଙ୍ଗପୁର: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବନଖଣ୍ଡ ଅଧିନ ସୁନାଖାନ ଏବଂ ଶାଗରା ରେଳ ଷ୍ଟେସନ ମଝିରେ ଟ୍ରେନ ଧକ୍କାରେ ଏକ ହାତୀ ଗୁରୁତର ଆହତ ହୋଇ ରେଳ ଧାରଣା ମଧ୍ୟରେ ପଡି ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଜି ବଡି ଭୋରରୁ ହାତୀଟି ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଗରିବ ରଥ ଟ୍ରେନ ସହିତ ଧକ୍କା ହୋଇଥିଲା। ଫଳରେ ଡାଉନ ଲାଇନରୁ ଧକ୍କା ଖାଇ ଅପ ଲାଇନରେ ପଡିଯାଇଥିଲା। ଖବର ପାଇ ରେଳବାଇ ପୁଲିସ ଏବଂ ଜଙ୍ଗଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ଉଦ୍ଧାର ପାଇଁ ବ୍ୟବସ୍ଥା କରୁଛି।ଏହି ଦୁର୍ଘଟଣା ପାଇଁ ରେଳ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ଅପ ଲାଇନର ସମସ୍ତ ରେଳ ତୃତୀୟ ଲାଇନ ଦେଇ ଯାତାୟତ କରୁଛି। ଫଳରେ ହାୱାଡା ମୁମ୍ବାଇ ଲାଇନର ସମସ୍ତ ଟ୍ରେନ ବିଳମ୍ବରେ ଚଳାଚଳ କରୁଛି।

ଏଥର ପିତୃପକ୍ଷରେ ଗଜକେସରୀ ଯୋଗ : ଏହି ରାଶିଙ୍କ ଜୀବନରେ ଘଟିବ କି କି ପରିବର୍ତ୍ତନ, ହଠାତ୍‌ ହେବେ ଧନୀ..

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

- Advertisement -

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories