ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ପିତୃପକ୍ଷର ଆରମ୍ଭ ୭ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏହା ସେପ୍ଟେମ୍ବର ୨୧ରେ ଶେଷ ହେବ । ହିନ୍ଦୁ ଧର୍ମରେ ଏହି ୧୫ ଦିନର ଖୁବ୍ ମହତ୍ତ୍ୱ ରହିଛି । ପିତୃପକ୍ଷ ସମୟରେ ୧୪ ସେପ୍ଟେମ୍ବରରେ ଚନ୍ଦ୍ରମା ମିଥୁନ ରାଶିରେ ପ୍ରବେଶ କରିବେ, ଦେବଗୁରୁ ବୃହସ୍ପତି ପୂର୍ବରୁ ହିଁ ଏଠାରେ ବିରାଜମାନ ରହିଛନ୍ତି । ଫଳରେ ଗୁରୁ- ଚନ୍ଦ୍ର ଏକାଠି ହେବା ଦ୍ୱାରା ଗଜକେସରୀ ଯୋଗ ସୃଷ୍ଟି ହେବ । ଶାସ୍ତ୍ର ଅନୁସାରେ ପିତୃପକ୍ଷରେ ଗଜକେସରୀ ଯୋଗକୁ ଖୁବ୍ ଶୁଭ ବୋଲି ମାନ୍ୟତା ରହିଛି । ଏହା ଖୁବ୍ ପ୍ରଭାବଶାଳୀ ଓ ଶକ୍ତିଶାଳୀ । ଚନ୍ଦ୍ର-ଗୁରୁଙ୍କ ସଂଯୋଗରୁ ସୃଷ୍ଟି ହେଉଥିବା ଦୁର୍ଲ୍ଲଭ ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..
ବୃଷ- ଏହି ଯୋଗ ଫଳରେ ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ । ହଠାତ୍ ଧନ ଲାଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପୁରୁଣା ଅଟକି ଥିବା କାମ ପୂରଣ ହେବ । ଭାଗ୍ୟର ସାଥ୍ ମିଳିବ ।
ସିଂହ- ଏହି ସମୟ ଅତ୍ୟନ୍ତ ଶୁଭଙ୍କର । ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ବଡ ଲାଭ ହେବ । ଟଙ୍କା ନିବେଶ କରିବା ପାଇଁ ସମୟ ଶୁଭଙ୍କର । ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟ ମଧ୍ୟ ବୃଦ୍ଧି ହେବ ।
କନ୍ୟା- ଚାକିରିରେ ପଦନ୍ନୋତିର ଯୋଗ ରହିଛି । ପରିବାରରେ ହସଖୁସିର ବାତାବରଣ ରହିବ । ପରିବାର ଲୋକଙ୍କ ସହ ହସଖୁସିରେ ସମୟ ବିତାଇବେ । ଆର୍ଥିକ ସ୍ଥିତି ମଜଭୁତ ହେବ ।
ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..



