www.samajalive.in
Sunday, December 14, 2025
15.1 C
Bhubaneswar

ସରକାରୀ ବସ ଡ୍ରାଇଭରଙ୍କୁ ଘରୋଇ ବସ କଣ୍ଡକ୍ଟର ଓ ଡ୍ରାଇଭରଙ୍କ ମାଡ ଅଭିଯୋଗ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଟେଳାପାଲି ନିକଟରେ ଏକ ସରକାରୀ ବସ ଡ୍ରାଇଭରଙ୍କୁ ଅନ୍ୟ ଏକ ଘରୋଇ ବସ ଡ୍ରାଇଭର ଓ କଣ୍ଡକ୍ଟର ମାଡ ମାରିଥିବା ଅଭିଯୋଗ ହୋଇଛି। ଉଭୟ ସରକାରୀ ବସ ଓ ଘରୋଇ ବସ କର୍ମଚାରୀଙ୍କ ତରଫରୁ ଫିରିଙ୍ଗିଆ ଥାନାରେ ପୃଥକ ଅଭିଯୋଗ କରାଯାଇଛି। ପୁଲିସ ଏ ନେଇ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।

ସୂଚନା ଅନୁସାରେ, ଓଭର ଟେକ କରିବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିଲା। ବୁଧବାର ଫୁଲବାଣୀଠାରୁ ଅଣ୍ଡାସରୁ ଯାଉଥିବା ଏକ ସରକାରୀ ବସ ଓ ଫୁଲବାଣୀଠାରୁ ସାଡୀଙ୍ଗିଆ ଯାଉଥିବା ଏକ ଘରୋଇ ବସର ଡ୍ରାଇଭର ଓ କଣ୍ଡକ୍ଟର ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଟେଲାପାଲି ନିକଟରେ ହଠାତ ସରକାରୀ ବସକୁ ଅଟକାଇ ଡ୍ରାଇଭରଙ୍କୁ ଏକ ଲୁହରଡ଼ରେ ଅତର୍କିତ ଆକ୍ରମଣ କରିଥିଲେ। ଏହାକୁ ନେଇ ବସର ଡ୍ରାଇଭର ଦିଲୀପ କୁମାର ବେହେରା ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଘରୋଇ ବସର କଣ୍ଡକ୍ଟର ଓ ଡ୍ରାଇଭର ମଧ୍ୟ ସରକାରୀ ବସ ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କ ନାରେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରି ଫିରିଙ୍ଗିଆ ଥାନାରେ ୧୦୧ ଓ ୧୦୨ ରେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଏଏସଏଇ କୃଷ୍ଣଚନ୍ଦ୍ର ଗୌଡ଼ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories