www.samajalive.in
Monday, December 15, 2025
26.1 C
Bhubaneswar

ଇଡି ସ୍କାନରରେ ଶିଖର ଧଓ୍ବନ

ସମାଜ ଡିଜିଟାଲ ଡେସ୍କ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଶିଖର ଧଓ୍ବନ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ) ସ୍କାନରରେ ରହିଛନ୍ତି। ଗୁରୁବାର ଇଡି ପକ୍ଷରୁ ଧଓ୍ବନଙ୍କୁ ପଚରାଉଚରା କରାଯିବା ଲାଗି ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଛି। ଅନଲାଇନ ବେଟିଂ ଆପ୍ ସହିତ ମାମଲା ଜଡ଼ିତ ରହିଛି। ଧଓ୍ବନ 1XBet ଆପ୍‌ ପ୍ରମୋସନ କରିଥିବାରୁ ଇଡି ତାଙ୍କୁ ଯାଞ୍ଚ ତାଲିକାରେ ସାମିଲ କରିତିଲା। ପୂର୍ବରୁ କ୍ରିକେଟର ସୁରେଶ ରାଇନାଙ୍କୁ ବି ଇଡି ପକ୍ଷରୁ ଜେରା କରାଯାଇଥିଲା।

ସୂଚନା ଅନୁସାରେ, ୨୦୨୪ ଡିସେମ୍ବରରେ 1XBet ସୁରେଶ ରାଇନାଙ୍କୁ ନିଜର ଗେମିଂ ଆମ୍ବା ସାଡାର ଭାବେ ନିଯୁକ୍ତ କରିଥିଲା। କମ୍ପାନୀ ସେତେବେଳେ କହିଥିଲା ଯେ, ସୁରେଶ ରାଇନାଙ୍କ ସହିତ ଆମର ସମ୍ପର୍କ ସ୍ପୋର୍ଟ୍ସ ବେଟିଂର ପ୍ରଶଂସକମାନଙ୍କୁ ବେଟିଂ ପାଇଁ ପ୍ରୋତ୍ସାହିତ କରିବ। ତେଣୁ ତାଙ୍କ ଭୂମିକାକୁ ଦାୟିତ୍ଵବାନ ଗେମିଂ ଆମ୍ବାସାଡର ଭାବେ ବର୍ଣ୍ଣନା କରାଯାଇଥିଲା। ରାଇନା ଆମ ବ୍ରାଣ୍ଡର ଏପରି ପ୍ରଥମ ଆମ୍ବାସାଡର ବୋଲି କମ୍ପାନୀ କହିଥିଲା। ସେହି ଆଧାରରେ ଇଡି ପକ୍ଷରୁ ରାଇନାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories