www.samajalive.in
Saturday, December 6, 2025
16.1 C
Bhubaneswar

ନରସିଂହପୁର, ସୁନ୍ଦରଗଡରେ ଆଖି ବୁଜିଲା ଦନ୍ତା, କାରଣ ଅସ୍ପଷ୍ଟ

ଆଠଗଡ: ନରସିଂହପୁରରେ ପୁଣି ଦନ୍ତା ହାତୀର ମୃତ୍ୟୁ। ଆଠଗଡ ବନଖଣ୍ଡ ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଅଞ୍ଚଳରୁ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହାତୀ ମୃତ୍ୟର କାରଣ ଜଣାପଡିନାହିଁ।  ବିଦ୍ୟୁତ୍ ଆଘାତ ଲାଗି ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସେପଟେ ସୁନ୍ଦରଗଡ ଉଜ୍ବଳପୁର ଫରେଷ୍ଟ ରେଞ୍ଜ କରୁଆବାହାଲ ଗାଁରେ ଆହତ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି। ହାତୀଟି ବୋମାମାଡରେ ଆହତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ଆଧାରରେ ବନ ବିଭାଗ ଡ୍ରୋନ୍ ସାହାର୍ଯ୍ୟରେ ଅନୁଧ୍ୟାନ କରୁଥିଲା। ତେବେ ହାତୀଟିର କ୍ଷତି ଚିହ୍ନ ଚିହ୍ନଟ ହେବା ପୂର୍ବରୁ ଦନ୍ତା ହାତୀଟି ଟଳି ପଡିଥିଲା। ହାତୀର ବେକ ଦୁଇ ପଟେ କଟା ଦାଗ ରହିଛି। କୌଣସି ଧାରୁଆ ଅସ୍ତ୍ରରେ ହାତୀଟିର ବେକ କାଟିବା ପାଇଁ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସୁନ୍ଦରଗଡ ଡିଏଫଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି ହାତୀଟିକୁ କେହି ଆକ୍ରମଣ କରିନାହାନ୍ତି ଦୁଇ ଦନ୍ତା ହାତୀ ମଧ୍ୟରେ ଲଢେଇ ଯୋଗୁଁ ଏହି କ୍ଷତ ଚିହ୍ନ ସୃଷ୍ଟି ହୋଇଛି। ଦୁର୍ବଳତା ଯୋଗୁଁ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।  ଦୀର୍ଘ ଦିନରୁ ହାତୀଟି ଅସୁସ୍ଥ ଥିଲା । ଆଜି ସକାଳେ ହାତୀଟିର ମୃତ୍ୟୁ ଘଟିଛି।

 

- Advertisement -

ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ଶୁଣ୍ଢରେ ଗଭୀର କ୍ଷତ ଚିହ୍ନ ଥିବାର ଦେଖିବାକୁ ମିଳିଛି । ପରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories