ହାତୀପଲଙ୍କ ଜଳକ୍ରୀଡା, ଗତିବିଧି ଉପରେ ନଜର ରଖିଛି ବନବିଭାଗ

କଳାପଥର (ବାଙ୍କୀ ): ଆଜି ବାଙ୍କୀ ସୁବର୍ଣ୍ଣପୁର ସେତୁ ନିକଟ ମହାନଦୀ ପାଣିରେ ଦେଖିବାକୁ ମିଳିଥିଲା ୩ ଟିକିଆ ଜଙ୍ଗଲୀ ହାତୀଙ୍କ ଜଳକ୍ରୀଡା ।  ବେଶ କିଛି ସମୟ ଜଳକ୍ରୀଡା କରିବା ପରେ ପୁନଃ ନିକଟ ଆଠଗଡର ଶୁକାସନ ଜଙ୍ଗଲକୁ ଚାଲି ଯାଇଥିଲେ ହାତୀପଲ । ଏନେଇ ସୂଚନା ଦେଇଛନ୍ତି ଡମପଡା ରେଞ୍ଜର ନିରଞ୍ଜନ ମହାପାତ୍ର ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏହି ଜଙ୍ଗଲୀ ହାତୀପଲ ଆଠଗଡର ଶୁକାସନ ଜଙ୍ଗଲରୁ ବାଙ୍କୀ ଡମପଡା ଚନ୍ଦକା ଅଭୟାରଣ୍ୟରୁ ଯିବା ପାଇଁ ସୁବର୍ଣ୍ଣପୁର ଗାଁ ନିକଟ ମହାନଦୀ ତୁଠରୁ ନଦୀ ପାର ହୋଇ ଯିବା ପାଇଁ ଉଦ୍ୟମ କରିଛନ୍ତି । କିଛି ନଦୀ ପାଣିରେ ସ୍ରୋତ ଓ ଗଭୀରତା କାରଣରୁ ଡମପଡା ଚନ୍ଦକା ଅଭୟାରଣ୍ୟ ମଧ୍ୟକୁ ଯାଇପାରିନଥିଲେ ।  ଯାହାଫଳରେ ସକାଳ ହୋଇଯାଇଥିଲା । ବେଶ କିଛି ସମୟ ଜଳକ୍ରୀଡା କରି ସ୍ଥାନୀୟ ଲୋକମାନଙ୍କ ହୋହଲା ଦେଖି ପୁନଃ ଆଠଗଡର ଶୁକାସନ ଜଙ୍ଗଲକୁ ଚାଲିଯାଇଛନ୍ତି ବୋଲି ଡମପଡା ରେଞ୍ଜର ଶ୍ରୀଯୁକ୍ତ ନିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.