www.samajalive.in
Monday, December 15, 2025
15.1 C
Bhubaneswar

ଶାଳବଣିରେ ହାତୀ ଆତଙ୍କ, ଗ୍ରାମବାସୀ ଆତଙ୍କିତ

କେଶଦୂର।ପାଳ : ଶାଳବଣିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଶାଳବଣି ଗ୍ରାମକୁ ଏକ ଦନ୍ତା ହାତୀ ପଶି ଆସି ବୁଧବାର ବିକିମ୍ବିତ ରାତିରେ ଶାଳବଣୀ ଗ୍ରାମ ନିକଟରେ ଥିବା ଧାନ ବିଲରେ ଆଡ୍ଡା ପକାଇଥିବା ଜଣାପଡିଛି । ମୟୁରଭଞ୍ଜ ଜିଲା ନିକଟ ହଜଗଡ଼ ଅଭୟାରଣ୍ୟ ଅଂଚଳ ଶାଳଗୁଆ ନଦୀ ବାଟଦେଇ ହଠାତ ଏକ ଦନ୍ତା ହାତୀ ଚାଲିଆସିଥିଲା ଏହା ଜାଣିପାରି ଶାଳବଣୀ ଲୋକେ ହାତୀ ଠାରୁ ସତର୍କ ରହି ପଳାଇଯାଇଥିଲେ। ହାତୀଟି ଗ୍ରାମ ନିକଟରେ ଥିବା ଧାନ ବିଲରେ ଅତର୍କିତ ଭାବେ ଧାନ ଖାଇବା ସହିତ ଧାନଫସଲ ନଷ୍ଟ କରିଦେଇଥିଲା। ଖବର ପାଇ ହଜଗଡ଼ ବନ ବିଭାଗ କର୍ମଚାରୀ ମାନେ ହାତୀ ପାଖରେ ପହଞ୍ଚି ହାତୀକୁ ଘଉଡାଇ ପାଇଁ ଚେଷ୍ଟା କରୁଥିବା ନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories