www.samajalive.in
Sunday, December 14, 2025
26.1 C
Bhubaneswar

ଜାନୁଆରୀ ୧୫ରୁ ବରଗଡ଼ ଧନୁଯାତ୍ରା

ବରଗଡ଼ : ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରୀ ୧୫ରେ ଆରମ୍ଭ ହେବ । ଏହା ୧୧ଦିନ ପର୍ଯ୍ୟନ୍ତ ଚାଲିବ। ତେଣୁ ବୁଧବାର ଧନୁଯାତ୍ରା କମିଟିର ‌ଅଧ୍ୟକ୍ଷ ତଥା ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ସୁରେଶ୍ୱର ଶତପଥୀ ଗତବର୍ଷ ଯାତ୍ରାର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ଗୋପପୁର ଯାତ୍ରାରେ ଗତ ବର୍ଷ ହୋଇଥିବା ଖର୍ଚ୍ଚ ଅଟକଳ ନେଇ ସଭାରେ ଆରୋପ ପ୍ରତ୍ୟାରୋପ ହୋଇଥିଲା। ମହୋତ୍ସବ ଆ​ୟୋ‌ଜନ କମିଟି ମିଥ୍ୟା ବିଲ ଭାଉଚର ଦେଇ ଟଙ୍କା ଉଠାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଜିଲାପାଳ ଗୁରୁତ୍ୱର ସହ ଗ୍ରହଣ କରି ପୁରୁଣା ଆୟୋଜନ କମିଟିକୁ ଭାଙ୍ଗି ନୂଆ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆର୍ଥିକ ଅନିୟମିତତା ଅଭି​ଯୋ‌ଗର ତଦନ୍ତ କରି ଆବଶ୍ୟକ ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଧନୁଯାତ୍ରାର ଆର୍ଥିକ ସ୍ୱଚ୍ଚଳତା ପ୍ରତି ଧ୍ୟାନ ଦେବା ସହ ଯାତ୍ରାର ଗାରିମା ବୃଦ୍ଧି ପାଇଁ ପୁରୁଣା କମିଟିର ପୁନର୍ଗଠନ କରିବାକୁ ପ୍ରସ୍ତାବ ଆସିଛି। ଧନୁଯାତ୍ରା ଆୟୋଜନ କମିଟିର ଯେଉଁ ସଦସ୍ୟମାନେ ପ୍ରାଣ ହରାଇ ସାରିଲେଣି ସେମାନଙ୍କ ନାମ ଏବେ ମଧ୍ୟ କମିଟିରେ ଥିବାରୁ ଏହାକୁ ସଂଶୋଧନ କରି ଅଧିକ ଦକ୍ଷ କମିଟି ଗଠନ କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି। ଯାତ୍ରାର ମାନବୃଦ୍ଧି ପାଇଁ ନୂଆ କଳାକାର ଚୟନ ଓ ନୂଆ କମିଟି ଗଠନ ଜରୁରୀ ବୋଲି ମତପ୍ରକାଶ ପାଇଛି। ଧନୁଯାତ୍ରାର ବ୍ୟବସାୟିକରଣ ହେଉଥିବାରୁ ସବୁ ଟେଣ୍ଡର ଅନଲାଇନ କରିବା ଓ ସବଲିଜ ବ୍ୟବସ୍ଥା ବନ୍ଦ କରାଯିବ । ଜାନୁଆରୀ ୨୫ ତାରିଖରେ ବରଗଡ଼ ଧନୁଯାତ୍ରା ସରିବ।

ପୂର୍ବବର୍ଷ ଭଳି ଏସଏଚଜିଗୁଡ଼ିକଠାରୁ ଷ୍ଟଲ ଦେବା ପାଇଁ ୧୫ ହଜାର ଟଙ୍କା ଅସୁଲ ନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାତ୍ରା କମିଟିକୁ ନୂଆ ଗଠନ କରିବାକୁ ବିଭିନ୍ନ ବର୍ଗରୁ ପ୍ରସ୍ତାବ ଆସିଥିବାରୁ ନୂଆ କମିଟି ପାଇଁ କର୍ମକର୍ତ୍ତା ଚୟନ ମନୋନୟନ ନା ନୋମିନେସନ ଭିତ୍ତିରେ ହେବ କି ଅନ୍ୟ କେଉଁ ପ୍ରକାରେ ହେବ ତାହା ଜିଲା ପ୍ରଶାସନ ନିଷ୍ପତ୍ତି ନେବ ‌ବୋଲି ଆଜି ଚୂଡାନ୍ତ ହୋଇଛି। ଏହି ବୈଠକରେ ଏସପି ପ୍ରହଲ୍ଲାଦ ସହାୟ ମୀଣା, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଅତିରିକ୍ତ ଜିଲାପାଳ ଲଲାଟ ଲୁହା ଏବଂ ଧନୁଯାତ୍ରା କମିଟିର ସଭ୍ୟମାନେ ଯୋଗ ଦେଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories