www.samajalive.in
Monday, December 15, 2025
14.1 C
Bhubaneswar

ହାତୀ ଉପଦ୍ରବ, ଭାଙ୍ଗିଲେ ସ୍କୁଲ ପାଚେରୀ ଓ ଫାଟକ

ରାଇକିଆ : କନ୍ଧମାଳ ଜିଲା ରାଇକିଆ ବ୍ଲକ୍ ରଣବା ପଞ୍ଚାୟତରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ମଧ୍ୟ ରାତ୍ରିରେ ରଣବା ପଞ୍ଚାୟତର ଢିମିରିପଲି ଗ୍ରାମରେ ଥିବା ଏକ ସରକାରୀ ୟୁପି ସ୍କୁଲର ଗୋଟିଏ ସାଇଡ଼ ପାଚେରୀ ଗେଟ୍ ଫାଟକ ଭାଙ୍ଗିରୁଜି ଦେଇଛନ୍ତି ହାତୀ ପଲ । ଭିତରେ ପଶି ଗୋପବନ୍ଧୁଙ୍କ କକ୍ଷର ଲୁହା କବାଟକୁ ମଧ୍ୟ ହାତୀ ଧକା ମାରି ଚେପା କରିଦେଇଛନ୍ତି ।ଗତ କିଛି ଦିନ ଧରି ହେବ ବ୍ଲକର ଏହି ସବୁ ଅପହଞ୍ଚ,ଘଞ୍ଚ ଜଙ୍ଗଲ ଇଲାକାରେ ହାତୀଙ୍କ ଉପଦ୍ରବ ବୃଦ୍ଧି ହେଉଥିବା ଯୋଗୁଁ ଅନେକ ଲୋକଙ୍କ ଧାନ,ଫସଲ, ଘର ଭାଙ୍ଗି ନଷ୍ଟ କରିଦେଉଛନ୍ତି। ଏନେଇ ଲୋକେ ଭୟଭୀତ ହୋଇ ରହୁଛନ୍ତି।ରଣବା ରେଞ୍ଚର ବନ ବିଭାଗ କର୍ମଚାରୀ, ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଉଛନ୍ତି। ଫରେଷ୍ଟର ରବିନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ଭିକାରୀ ମଲ୍ଲିକଙ୍କଠାରୁ ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories