www.samajalive.in
Sunday, December 14, 2025
19.1 C
Bhubaneswar

ନମିତା ଅଗ୍ରଓ୍ୱାଲଙ୍କୁ ସାହିତ୍ୟରେ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ

ଗୋଊ : ଗୋଳନ୍ଥରା ସ୍ଥିତ ନିଷ୍ଟ  ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସୁନାମ ଧନ୍ୟ ଓଡିଶୀ ଡ୍ୟାନ୍ସର ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଡ଼. ଅରୁଣା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନିଷ୍ଟ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଭାପତି ଡକ୍ଟର ସୁକାନ୍ତ କେ. ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦକ୍ଷତା ପ୍ରତିଯୋଗିତାରେ ସେମାନଙ୍କର ସଫଳତା ଉପରେ ବିବରଣୀ ପ୍ରଦାନ କରିଥିଲେ । ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କର ବିକାଶ ପାଇଁ ବିଶ୍ବବିଦ୍ୟାଳୟ ପରିସରରେ ଏକ ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା କରିବାକୁ ସେଲୋନା ସହିତ ସ୍ବାକ୍ଷର କରାଯାଇଛି ବୋଲି ସୂଚନା ଦେଇଥିଲେ । ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରିୟଦର୍ଶନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ବିଶ୍ଵବିଦ୍ୟାଳୟର ବୋର୍ଡ ଅଫ ଗବେରନିଙ୍ଗ ମେମ୍ବର ଚିକିଟି ବିଧାୟକ  ମନୋରଞ୍ଜନ ଧ୍ୟାନ ସାମନ୍ତରା, ଡ଼. ପ୍ରତୋଷ ବଂଶଲ, ଡ଼. ଅନୁରାଗ ଅଗ୍ରୱାଲ, ବିମଲ ମିଶ୍ର, ରଞ୍ଜନ ଜେନା ଯୋଗ ଦେଇଥିଲେ ।  ରେଜିଷ୍ଟ୍ରାର ଡ. ବିଷ୍ଣୁଙ୍କର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମକୁ ଡ. ମାନସ ରଞ୍ଜନ ପାତ୍ର, ପ୍ର.  ସ୍ୱାଧୀନ ମିଶ୍ର, ଡ଼. ପ୍ରୀତି ରଞ୍ଜନ ସାହୁ, ଡ. ସସ୍ମିତା ପାଢ଼ୀ, ଡ. ରତିକାନ୍ତ ନାୟକ, ଡ଼. ମାନବେନ୍ଦ୍ର ପାତ୍ର, ଡ଼. ଲକ୍ଷ୍ମୀ କାନ୍ତ ରାଜୁ, ଶ୍ରୀ ସରୋଜ ପାଢ଼ୀ,  ଡ଼. ଭବାନୀ ଶଙ୍କର ଗୌଡ଼, ପ୍ରଭୁଦତ୍ତ ମିଶ୍ର, ପ୍ର ସରୋଜ ପାଢ଼ୀ, ପ୍ର. ପୂର୍ଣ୍ଣେନ୍ଦୁ ମିଶ୍ର, ସନ୍ତୋଷ କୁମାର ନାୟକ, ବାସୁଦେବ ପାଢ଼ୀ, ଗୋପବନ୍ଧୁ ଉତ୍ତରକବାଟ, ସୁନୀଲ ରାୟ ଓ ପିତାମ୍ବର ସାହୁ ପରିଚାଳନା କରିଥିଲେ । ଏହି ଅବସରରେ ବିଶିଷ୍ଟ ମହାକାଶ ବିଜ୍ଞାନୀ ତଥା ପଦ୍ମଶ୍ରୀ  ଡକ୍ଟର କୋଟା ହରିନାରାୟଣ ବିଜ୍ଞାନରେ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ବେଳେ ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ଶ୍ରୀମତୀ ନମିତା ଅଗ୍ରଓ୍ୱାଲଙ୍କୁ  ସାହିତ୍ୟରେ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସମାବର୍ତ୍ତନ ଉତ୍ସବରେ ବିଶ୍ବବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୧୯ ଜଣ ଛାତ୍ରଛାତ୍ରୀଙ୍କୁ ରୌପ୍ୟ ପଦକ ସହିତ ସମୁଦାୟ ୧୮୭ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories