mission shakti banner

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ; କ୍ଷତିପୂରଣ ଦାବିରେ ରାସ୍ତାରୋକ

BSKY banner  750×100

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ପାଣପଶି ଗାଁର ନଳିତା ମାଝୀ ବୋଲି ଜଣାପଡିଛି । ସୋମବାର  ଅପରାହ୍ନରେ ହାଟ ସାରି ବିଲ ରାସ୍ତା ଦେଇ ଘରକୁ ଫେରୁଥିଲା ବେଳେ ବାଗଡ଼ିଆ ବଡଯୋରା ନିକଟରେ  ହଠାତ ତାଙ୍କୁ ଏକ ହାତୀ ଆକ୍ରମଣରେ କରିଥିଲା । ହାତୀ ଦାନ୍ତରେ ନଳିତାଙ୍କ ପେଟକୁ ଭୁଷି ଦେବା ସହ ମୁହଁକୁ ପାଦରେ ମାଡି ଦେଇଥିବା ଜଣାପଡ଼ିଛି । ଫଳରେ ନଳିତାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ହାତୀ ଘଉଡାଇବା ଓ କ୍ଷତିପୂରଣ ଦାବିରେ ଲୋକ ବାଗଡ଼ିଆ-ଛେଣ୍ଡିପଦା ରାସ୍ତା ଅବରୋଧ କରିଛନ୍ତି ।

Comments are closed.