www.samajalive.in
Saturday, December 6, 2025
23.1 C
Bhubaneswar

ଅଟୋକୁ ଆକ୍ରମଣ କଲେ ହାତୀପଲ, ଜଣେ ମହିଳା ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାରମାଇଲ-ଚିତ୍ରଡ଼ା ରାସ୍ତାର ଅସ୍ତିଆବନ୍ଧ ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଅଟୋକୁ ହାତୀ ପଲ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟ ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମୃତକ ହେଲେ ରୀନା ନାୟକ ବୋଲି ଜଣାପଡିଛି।  ଅଟୋଟି ୮ଜଣ ଯାତ୍ରୀଙ୍କୁ ନେଇ ଅମର୍ଦାରୁ ବାରିପଦା ଯାଉଥିବାବେଳେ ଅସ୍ତିଆବନ୍ଧ ନିକଟରେ ହାତୀପଲ ଅଟୋକୁ ଆକ୍ରମଣ କରିଥିଲେ । ୭ ଜଣ ଦୌଡ଼ି ପଳାଇଥିବାବେଳେ ମହିଳା ଜଣକ ହାତୀ ହାବୁଡରେ ପଡିଯାଇଥିଲେ ।  ତାଙ୍କ ହାତ, ମୁଣ୍ଡ ଓ ଛାତିରେ ଜଭୀର ଆଘାତ ଲାଗିଛି।  ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories