ବାଙ୍କୀ : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ମହାନଦୀରେ ଅଚାନକ ଜଳସ୍ତର ବୃଦ୍ଧି ଘଟିଛି। ଫଳରେ ନଦୀପଠାରେ ୩୦ରୁ ଉର୍ଦ୍ଧ୍ବ ଗୋରୁ ଫସି ରହିଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍କୀ କୁଶପଙ୍ଗୀର ମହାନଦୀ ବାଲିପଠାରେ। ହଠାତ୍ ଜଳସ୍ତର ବୃଦ୍ଧି ହେବାରୁ ଖାଦ୍ୟ ଅନ୍ବେଷଣରେ ବାଲିପଠାକୁ ଯାଇଥିବା ୩୦ରୁ ଅଧିକ ଗୋରୁ ଫସି ରହିଥିବାର ସୂଚନା ମିଳିଛି। ଖବର ପାଇ ଡମପଡା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
Popular Categories



