www.samajalive.in
Saturday, December 6, 2025
15.1 C
Bhubaneswar

ହାତୀ ଆକ୍ରମଣରେ ଗଲା ଗଜସାଥିଙ୍କ ଜୀବନ

କଣ୍ଟାବାଞ୍ଜି: ହାତୀ ଆକ୍ରମଣରେ ଗଲା ବନ କର୍ମଚାରୀଙ୍କ ଜୀବନ। ବଲାଙ୍ଗୀର କଣ୍ଟାବାଞ୍ଜି ରେଞ୍ଜ ଢୋଲମଣ୍ଡଳ ସେକ୍ସନର ବାନ୍ଧନପାଲି ଗାଁ ନିକଟରେ ଏକ ହାତୀକୁ ଘଉଡାଇବାକୁ ବନ ବିଭାଗ ଟିମ୍ ଚେଷ୍ଟା କରୁଥିଲା। ହଠାତ୍ ହାତୀଟି ବନ କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଆକ୍ରମଣରେ ପାରା ସ୍କ୍ଵାର୍ଡ ପ୍ରଶାନ୍ତ ନାୟକ , ଗଜସାଥି ରୁପେଶ ଛତ୍ରିଆ ଓ ବନ କର୍ମଚାରୀ ତାରେଶ୍ଵର ରଣା ଗୁରୁତର ଆହତ ହୋଇଥିଲେ। ୩ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗଜସାଥି ରୂପେଶ ଛତ୍ରିଆଙ୍କର ମୃତ୍ୟୁ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories