www.samajalive.in
Saturday, December 6, 2025
15.1 C
Bhubaneswar

ହାତୀ ଭାଙ୍ଗିଲା ଘର: ମାଆ, ପୁଅ ମୃତ

ସୁନ୍ଦରଗଡ: ଶୋଇଥିବାବେଳେ ଘର ଭାଙ୍ଗିଲା ଦନ୍ତା ହାତୀ। କାନ୍ଥ ତଳେ ଚାପି ହୋଇ ଗର୍ଭବତୀ ମାଆ ଏବଂ ୮ ବର୍ଷୀୟ ପୁଅର ମୃତ୍ୟୁ ଘଟିଛି। ୩ ଝିଅ ଗୁରୁତର ରହିଛନ୍ତି। ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଞ୍ଜ ବାଲିଜୁଡି ଗାଁରେ ଏଭଳି ଅଘଟଣ ଘଟିଛି। ମୃତକମାନେ ହେଉଛନ୍ତି ମାଆ ସୁକାନ୍ତି ବତ୍ତା ଏବଂ ପୁଅ ସୁଖନାଥ ବତ୍ତା। ଗୁରୁତର ତିନି ଝିଅଙ୍କୁ ରାଉରକେଲା ଆଇଜିଏଚ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାତିରେ ମାଆ ଏବଂ ୪ ସନ୍ତାନ ଶୋଇଥିବାବେଳେ ଏକ ଦନ୍ତା ହାତୀ ଘରର କାନ୍ଥ ଭାଙ୍ଗିଦେଇଥିଲା। ମୃତ ସୁକାନ୍ତି ୪ ମାସର ଗର୍ଭବତୀ ଥିବା ଜଣାପଡିଛି। ତାଙ୍କ ସ୍ଵାମୀ ୪ ମାସ ତଳେ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିବା ସୂଚନା ମିଳିଛି। ମାଟିରେ ମିଶିଯାଇଛି ପୁରା ଘର। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories