www.samajalive.in
Saturday, December 6, 2025
15.1 C
Bhubaneswar

ବଜ୍ରପାତରେ ୨୩ ଛାତ୍ରଛାତ୍ରୀ ଅସୁସ୍ଥ

ଭଞ୍ଜନଗର : ଗଞ୍ଜାମ ଜିଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଗାଲେରି ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଅପରାହ୍ଣରେ ପାଠପଢା ଚାଲିଥିବାବେଳେ ସାଢେ ୧୨ଟାରୁ ଗୋଟାଏ ମଧ୍ୟରେ ବଜ୍ରପାତ ଘଟିବାରୁ ୨୩ ଜଣ ବିଦ୍ୟାର୍ଥୀ ଆହତ ହୋଇଥିଲେ। ସମସ୍ତଙ୍କୁ ଗାଲେରି ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଏହି ଉଚ୍ଚ ବିଦ୍ୟାଳୟର କିଛି କୋଠା ୫-ଟିରେ କାମ ହୋଇଥିବା ବେଳେ ଅନ୍ୟ ଏକ ଟିଣ ଘରେ କିଛି ଛାତ୍ରଛାତ୍ରୀ ପାଠ ପଢୁଥିଲେ। ବଜ୍ରପାତରେ ଟିଣ ଘରର ୩ଟି ପଙ୍ଖା ପୋଡି ଯାଇଥିବା ବେଳେ ଟିଣ ଘର ଯୋଗୁ ବଜ୍ରାଘାତର ଶବ୍ଦ ଅଧିକ ଜୋର୍‌ରେ ଶୁଭିଥିଲା। ଫଳରେ ଛାତ୍ରଛାତ୍ରୀ ଭୟଭୀତ ହୋଇ ପଡିଥିଲେ। ବଜ୍ରପାତ ଶବ୍ଦରେ ଛାତ୍ରଛାତ୍ରୀ ଦୌଡ଼ାଦୌଡ଼ି କରିଥିଲେ। ଏପରି ଅସ୍ୱାଭାବିକ ବାତାବରଣ ମଧ୍ୟରେ ଛାତ୍ରଛାତ୍ରୀ ଡରିଯାଇ ଅସୁସ୍ଥ ଅନୁଭବ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଗ୍ରାମବାସୀଙ୍କ ସହଯୋଗରେ ଛାତ୍ରଛାତ୍ରୀଙ୍କୁ ଗାଲେରି ମେଡିକାଲକୁ ନିଆଯାଇଥିଲା। ଡାକ୍ତର ଭଗବାନ ସାହୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା କରିବା ପରେ ସମସ୍ତେ ନିଜ ଘରକୁ ଫେରିଥିଲେ। ଅସୁସ୍ଥ ଅନୁଭବ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଷଷ୍ଠ ଶ୍ରେଣୀର ହୋଇଥିବା ବେଳେ ଅନ୍ୟ କିଛି ୯ମ ଓ ୮ମ ଶ୍ରେଣୀର ଥିଲେ। ଅସୁସ୍ଥଙ୍କୁ ଦେଖିବା ପାଇଁ ଗାଲେରୀ ହସ୍‌ପିଟାଲ ଲୋକାରଣ୍ୟ ହୋଇ ପଡିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories