www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣି ଏକ ହାତୀ କଙ୍କାଳ ଠାବ: ହାତୀ କଙ୍କାଳ ମିଳିବା ଏବଂ ଗୁଳିବିଦ୍ଧ ହାତୀର ମୃତ୍ୟୁକୁ ନେଇ ଖୋଳତାଡ଼

ଭୁବନେଶ୍ବର: ଏସଆଇଟି ପାଇଲା ହାତୀ କଙ୍କାଳ। କଟକ ବଡ଼ମ୍ବା ବନାଞ୍ଚଳରୁ ଆଉ ଏକ ହାତୀର କଙ୍କାଳ ଠାବ। ହାତୀ କଙ୍କାଳ ମିଳିବା ଏବଂ ଗୁଳିବିଦ୍ଧ ହାତୀର ମୃତ୍ୟୁକୁ ନେଇ ଖୋଳତାଡ଼। ଗୋପପୁର ରେଞ୍ଜ ମଣ୍ଡପ ରିଜର୍ଭ ଜଙ୍ଗଲରୁ ଠାବ ହେଲା ହାତୀ କଙ୍କାଳ। ହାତୀ ମୃତ୍ୟୁର ତଦନ୍ତ ପାଇଁ ଯାଇଥିବା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ବାରା ହାତୀ କଙ୍କାଳ ଠାବ କରାଯାଇଛି। ପୂର୍ବରୁ ମିଳିଥିବା ହାତୀ କଙ୍କାଳର ତଦନ୍ତ ପାଇଁ ଯାଇଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିିସିଏଫ) କହିଛନ୍ତି ଯେ କଟକ ନରସିଂହପୁର ଜଙ୍ଗଲରେ ହାତୀ ମୃତ୍ୟୁ ମାମଲାରେ ଗ୍ରାଉଣ୍ଡକୁ ଯାଇ ଏସଆଇଟି ତଦନ୍ତ ଆରମ୍ଭ କରିଛି। ବନ ବିଭାଗ ଓ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ୩ଜଣ ଟ୍ରାକରଙ୍କ ସହ ରେଞ୍ଜର ଓ ଫରେଷ୍ଟର ସମ୍ପୃକ୍ତି ରହିଛି। ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଟ୍ରାକରଙ୍କୁ ଗିରଫ କରାଯାଇଛି। ରେଞ୍ଜର ଓ ଫରେଷ୍ଟର ଫେରାର ଅଛନ୍ତି, ସେମାନଙ୍କୁ ଗିରଫ କରିବାକୁ ପ୍ରୟାସ ଚାଲିଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories