ମହାନଦୀ ମଝିରେ ଫସି ରହିଛନ୍ତି ହାତୀପଲ
ବାଙ୍କୀ : ମହାନଦୀ ମଝିରେ ମଙ୍ଗଳବାର ପ୍ରାୟ ୧୦ ହାତୀ ଫସି ରହିଥିବାର ଦେଖିବାକୁ ମିଳିଛ । ଆଠଗଡ଼ ସୁକାଶନ ଜଙ୍ଗଲରୁ ହାତୀମାନେ ଖାଦ୍ୟ ଅନ୍ୱେଷଣ ପାଇଁ ଚନ୍ଦକା ଜଙ୍ଗଲ ଆଡ଼କୁ ଯାଉଥିଲେ । ମହାନଦୀର ସ୍ରୋତ ପ୍ରଖର ଥିବାରୁ ହାତୀମାନେ ପାର କରି ନ ପାରି ମ଼ଝିରେ ଫସି ରହିଛନ୍ତି। ଏହାଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗର ୨ଟି ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।