ଦ୍ୱାରଶୁଣି /ବଡ଼ସାହି : ଶିମିଳିପାଳରୁ ଦୁଇଟି ପୋଷା ହାତୀକୁ ସାତକୋଶିଆ ପଠାଯାଇଛି। ଲୋକମାନେ ଏହାକୁ ବିରୋଧ କରିଥିବା ଜଣାପଡ଼ିଛି। ଅନୁଗୁଳ ଜିଲା ସାତକୋଶିଆରେ ଥିବା ବାଘୁଣୀ ‘ସୁନ୍ଦରୀ’ ଉପରେ ନଜର ରଖିବା ପାଇଁ ବନ ବିଭାଗ ପକ୍ଷରୁ ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଶିଆ ପଠାଯାଇଛି। ଉଭୟ ହାତୀ ସାତକୋଶିଆରେ ବାଘୁଣୀ ସୁନ୍ଦରୀର ଗତିବିଧି ଉପରେ ନଜର ରଖିବେ। ତେବେ ସୁନ୍ଦରୀକୁ ଜଗିବା ପାଇଁ ହାତୀଙ୍କୁ କିଭଳି ବ୍ୟବହାର କରାଯିବ ସେନେଇ ସାତକୋଶିଆ କର୍ତ୍ତୁପକ୍ଷ ପଦକ୍ଷେପ ନେବେ ବୋଲି ଶିମିଳିପାଳ ଉପନିର୍ଦ୍ଦେଶକ କହିଛନ୍ତି। ପିସିସିଏଫଙ୍କ ନିର୍ଦ୍ଦେଶ ମୁତାବକ ଦୁଇ ହାତୀଙ୍କୁ ସାତକୋଶିଆ ପଠାଯାଇଥିବା ସେ ସୂଚନା ଦେଇଛନ୍ତି।
Popular Categories



