www.samajalive.in
Saturday, December 6, 2025
15.1 C
Bhubaneswar

ରାସ୍ତାରେ ପ୍ରସବ କଲେ ଦିବ୍ୟାଙ୍ଗ ମହିଳା

ମାଲକାନଗିରି: ରବିବାର ମାଲକାନଗିରି ଜିଲାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ମାନସିକ ବିକାରଗସ୍ତ ମହିଳା ସ୍ଥାନୀୟ ଆଇ.ଟି.ଡି.ଏ. କାର୍ଯ୍ୟାଳୟ ସମ୍ମୁଖରେ ଏକ ଶିଶୁକୁ ଜନ୍ମ ଗ୍ରହଣ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ସକାଳେ ସ୍ଥାନୀୟ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବଣ୍ଡାବାକୁଲିଗୁଡା ଠାରେ ଜଣେ ଦିବ୍ୟାଙ୍ଗ ମହିଳା ପ୍ରସବ କରିଛନ୍ତି । ଏହି ଘଟଣା ଦେଖିବା ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ପହଞ୍ଚିଲା ପରେ ଶିଶୁ ଓ ମାଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲ। । ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

ଉକ୍ତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ଗତ କିଛି ଦିନ ହେଲା ମାଲକାନଗିରି ସହରରେ ବୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ ଜେଲସାହି ଅଙ୍ଗନବାଡି କେନ୍ଦ୍ରରେ ତାଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ ଆଶା ଦିଦି ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେ କାହାକୁ ନ ଜଣାଇ ସେଠାରୁ ଚାଲି ଆସିଥିଲେ । ପରେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories