www.samajalive.in
Saturday, December 6, 2025
26.1 C
Bhubaneswar

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦେଶ ଓ ଜାତି ପାଇଁ ଆଦର୍ଶା  ମହାତ୍ମାଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଠାରୁ ଆରମ୍ଭ କରି ଭାରତ ଛାଡ ଆନ୍ଦୋଳନକୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀଙ୍କ ମନରେ ସ୍ୱାଧୀନତାର ଚେତନା ଜାଗ୍ରତ କରିବା ଓ ଗୋରା ସରକାରଙ୍କ ବିରୁଦ୍ଧରେ ଲଢେଇ କରିଥିବା ଏହି ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକ ଦେଶପାଇଁ ଫାଶି ଖୁଣ୍ଟରେ ଚଢିଥିବା ଘଟଣା ଭାରତ ସ୍ୱାଧୀନତା ଆନ୍ଦୋଳନରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି ବୋଲି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶକ୍ତି, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମାବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରକାଶ ଉଦବୋଧନ ଦେଇଥିଲେ ।

ମାଲକାନଗିରି ଜିଲ୍ଲା ସଦରମହକୁମାସ୍ଥିତ ଡି.ଏନ.କେ ଖେଳ ପଡ଼ିଆଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୭୦ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶ୍ରୀ ସିଂ  ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ବିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଡି.ଆର୍.ଡି.ଏ. ପିଡି ଲିଙ୍ଗରାଜ ପଣ୍ଡା, ଏସ୍.ପି. ଜଗମୋହନ ମୀନା, ବିଧାୟକ ମାନସ ମାଡକାମି, ଜିଲ୍ଲା ପରିଷଦ ଅଧ୍ୟ କ୍ଷ ଦଶରଥ ପଡିଆମି, ଯୋଗ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁଣନିଧିୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲ ।

- Advertisement -

ଏହି ଅବସରରେ ଉଦବୋଧନ ଦେଇ ସ୍ୱାଧିନତ ଆନ୍ଦାଳନର ସଂଗ୍ରାମୀମାନଙ୍କୁ ମନେ ପକାଇ ସମ୍ବିଧାନର ପ୍ରତିଷ୍ଠାତା ଡଃ.ଆମ୍ବେଦକରଙ୍କ ଆଜି ସମଗ୍ର ବିଶ୍ୱରେ ଭାରତର ଗଣତନ୍ତ୍ର ମୂଲ୍ୟବୋଧର ପ୍ରଶଂସା କରାଯାଉଛି ବୋଲି କହିଥିଲେ। ଏହି ଜିଲ୍ଲାର ଆଦିବାସୀ ଜନଜାତିଙ୍କର କର୍ତ୍ତବ୍ୟ ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ମାଲକାନଗିରିର ଅଥନୈତିକ ଓ ସାଂସ୍କୃତିକ ବିକାଶକୁ ସମୃଦ୍ଧ କରିଛି । ସରକାରଙ୍କ ଦ୍ୱାରା ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତିର ବିକାଶ ପାଇଁ ବହୁ ଯୋଜନା କରିଛନ୍ତି । ଏଥିସହ ଜିଲ୍ଲାର ସ୍ୱାଭିମାନ ଅଂଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଜଙ୍ଗଲ ଜମି ପଟ୍ଟା, ଭୂମି ହୀନଙ୍କୁ ପଟ୍ଟା, ବିଜୁ ପକ୍କା ଗୃହ, ମେଡିକାଲ କଲେଜ ପ୍ରତିଷ୍ଠା, ମଧୁବାବୁ ପେନସନ ଯୋଜନା ସହ ଭତା ବୃଦ୍ଧି କରାଯିବା ସହ  ଆମ ଗାଁ ଆମ ବିକାଶ ଯୋଜନା ସହ କୃଷକଙ୍କ ଉନ୍ନତି ପାଇଁ କାଳିଆ ଯୋଜନା କରାଯାଇଛି। ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories