www.samajalive.in
Sunday, December 7, 2025
26.1 C
Bhubaneswar

ବିଦ୍ୟୁତ ବିଭାଗ ଠିକା କର୍ମଚାରୀଙ୍କ ଛଟେଇ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡସ୍ଥ ବିଭିନ୍ନ ବିଦ୍ୟୁତ ଗ୍ରୀଡରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକଙ୍କୁ ହଠାତ୍ ଛଟେଇ କରି ନୂତନ କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ ମସୁଧା ଚାଲୁଥିବା ଅଭିଯୋଗ କରି ବୁଧବାର ଶ୍ରମିକ ମାନେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

କୁଚିଣ୍ଡା ଉପଖଣ୍ଡସ୍ଥ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକରେ ଥିବା ବିଭିନ୍ନ ଗ୍ରୀଡ ଗୁଡିକରେ ଅସ୍ଥାୟୀ କର୍ମଚାରୀ ମାନେ ଦୀର୍ଘ ବର୍ଷରୁ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଆଉଟ ସୋର୍ସିଙ୍ଗରେ  ଠିକା ସସ୍ଥା ଅଦଳ ବଦଳ ହେଉଥିଲେ ମଧ୍ୟ ଉକ୍ତ କାର୍ଯ୍ୟରତ ଅଭଜ୍ଞ ଶ୍ରମିକଙ୍କୁ ରଖି କାର୍ଯ୍ୟ ତୁଲାଯାଉଥିବା ପ୍ରକାଶ। ସମ୍ପ୍ରତି ଟ୍ୱେବ୍ସପୋର୍ଟ ନାମକ ସଂସ୍ଥା କୁଚିଣ୍ଡା ଉପଖଣ୍ଡର ୧୭ଜଣଙ୍କୁ ଛଟେଇ ପାଇଁ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି। ଏଥିସକାଶେ ସଂସ୍ଥା ନୋଟିସ ଜାରି କରି ନୂତନ ଭାବେ ନିଯୁକ୍ତ କରିବାକୁ ଉଦ୍ୟମ କରୁଥିବା ଦର୍ଶାଯାଇଛି। ନୂତନ ଶ୍ରମିକଙ୍କ ଠାରୁ ନିଯୁକ୍ତି ସକାଶେ ମୋଟା ଟଙ୍କା ପ୍ରତିବଦଳରେ ଏହି କାର୍ଯ୍ୟ କରିବାକୁ ମସୁଧା କରାଯାଉଥିବା ଯୋଗୁଁ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଜୀବିକା ବିପନ୍ନ ହେବା ଆଶଙ୍କା ଉପୁଜିଥିବା ଅଭିଯୋଗ ହୋଇଛି। ଏପରିକି ଏହି କାମରେ ଟ୍ୱେବ୍ସପୋର୍ଟ ସଂସ୍ଥାର ଅଧିକାରୀ ଏବଂ ୱେସକୋର ସ୍ଥାନୀୟ କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀଙ୍କ ଏହି ମନ୍ତ୍ରଣା ଯୋଗୁଁ ବହୁ ଶ୍ରମିକ ତାଙ୍କ ଜୀବିକା ହରାଇବେ ବୋଲି ଅଭିଯୋଗ କରିଛନ୍ତି। ଏହି ମର୍ମରେ ଆଜି ଶ୍ରମିକ ମାନେ କୁଚିଣ୍ଡା ଉପଜିଲାପାଳଙ୍କ କାଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ସହ ମୂଖ୍ୟମନ୍ତ୍ରୀ,  ଶ୍ରମ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ ସମେତ ଶ୍ରମ ଆୟୋଗଙ୍କ ଉଦ୍ଦେଶ୍ୟରେ ଏକ ଦସ୍ତଖତ ସମ୍ବଳିତ ପତ୍ର ପ୍ରଦାନ କରିଥିଲେ। ଏଥିରେ ପ୍ରଦୀପ ସାହୁ, ପ୍ରଶନ୍ନ କୁମାର ଧୁରୁଆ, ମହାଦେବ କିସାନ, ହୃଦାନନ୍ଦ ବାଘ, ନିତ୍ୟାନନ୍ଦ ପ୍ରଧାନ, ନରୋତ୍ତମ ସାହୁ, ଆକାଶ ସେଠ, ଅଜିତ ପରୁଆ ସେମେତ ସମସ୍ତ ଶ୍ରମିକ ଉପସ୍ଥିତ ଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories