www.samajalive.in
Tuesday, December 9, 2025
26.1 C
Bhubaneswar

ଗ୍ରାହକ ଶୋଷଣ ପ୍ରତିବାଦରେ ବିଦ୍ୟୁତ୍ କାର୍ଯ୍ୟଳୟରେ ବିକ୍ଷୋଭ

ଚୌଦ୍ୱାର : ଚୌଦ୍ୱାର ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ବିଦ୍ୟୁତ୍ ଦେୟପାଇଁ ଗ୍ରାହକ ମାନଙ୍କ ଉପରେ ଜୁଲୁମ,ଲୋ- ଭୋଲଟେଜ, ବିଦ୍ୟୁତ୍ ଯୋଗାଣ କାରୀ ସଂସ୍ଥା କର୍ମଚାରୀ ମାନଙ୍କଦ୍ୱାରା ଗ୍ରାହକ ମାନଙ୍କୁ ଦୁର୍ବ୍ୟବହାର ଆଦି ପ୍ରତିବାଦରେ ଚୌଦ୍ୱାର ନଗର କଂଗ୍ରେସ ଓ ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ତରଫରୁ ଟାଟା ପାୱାର ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନଗର କଂଗ୍ରେସ ସଭାପତି ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଦଳର ବହୁ ନେତା ଓ କର୍ମୀ ତଥା ଉପଭୋକ୍ତା ମଞ୍ଚର ସଦସ୍ୟମାନେ ଟାଟା ପାୱାର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଟାଟା ପାୱାରର ଉପଭୋକ୍ତା ଶୋଷଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ଏସମ୍ପର୍କିତ ୧୦ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଏସ୍ଡ଼ିଓ ସମୀର ରଞ୍ଜନ ପଡ଼ିହାରୀଙ୍କୁ ପ୍ରଦାନ କରାଯାଇଥିଲା । ମାସକ ମଧ୍ୟରେ ଦାବି ପୂରଣ ନହେଲେ ଅନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିକ୍ଷୋଭକାରୀ ମାନେ ଚେତାବନୀ ଦେଇଥିଲେ । ମୋନାଲିସା ଦାସ, ହରିହର ପରିଡ଼ା, ଧୀରେନ୍ଦ୍ର ଚୌଧୁରୀ, ଜୟନ୍ତୀ ନାଥ, ସେକ୍ ସମୀମ, ବିଦ୍ୟୁତ ଉପଭୋକ୍ତା ମଞ୍ଚର ଜୟ ସିଂ, ବିଷ୍ଣୁ ଚରଣ ସାହୁ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories