www.samajalive.in
Monday, December 15, 2025
15.1 C
Bhubaneswar

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଶେ ପ୍ରାର୍ଥୀପତ୍ର ଯାଞ୍ଚ ଶେଷ

ଭୁବନେଶ୍ୱର: ଏପ୍ରିଲ ୧୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ୍‍ କରାଯାଇଛି। ମାର୍ଚ୍ଚ ୨୫ ମନୋନୟନପତ୍ର ଦାଖଲର ଶେଷ ଦିବସରେ ବିଧାନସଭା ଆସନ ପାଇଁ ୨୦୭ ଜଣ ପ୍ରାର୍ଥୀ ଏବଂ ଲୋକସଭା ଆସନ ପାଇଁ ୨୨ଜଣ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ଏହି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଚାରୋଟି ଲୋକସଭା ଆସନ ପାଇଁ ମୋଟ୍‍ ୩୦ଜଣ ଏବଂ ୨୮ଟି ବିଧାନସଭା ଆସନ ପାଇଁ ମୋଟ୍‍ ୨୪୫ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିଲେ।

ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀ ପାଇଁ ଦାଖଲ ହୋଇଥିବା ୧୭ଟି ନାମାଙ୍କନପତ୍ର କାଏମ ରହିଥିବା ଜଣାପଡିଛି। ନବରଙ୍ଗପୁର ଲୋକସଭା ଓ ଜିଲ୍ଲାର ୪ଟି ବିଧାନସଭା ଆସନ ପାଇଁ ୨୩ଟି ପ୍ରାର୍ଥୀପତ୍ର ଦାଖଲ କରାଯାଇଥିବାବେଳେ ଯାଞ୍ଚ ସମୟରେ ଗୋଟିଏ ପ୍ରାର୍ଥିପତ୍ର ନାକଚ ହୋଇଛି। ଯାଞ୍ଚ ସମୟରେ ପ୍ରାର୍ଥୀ ଓ ନିର୍ବାଚନ ପର୍ଯ୍ୟବେକ୍ଷକ ନବୀନ ମିତ୍ତଲ ଉପସ୍ଥିତ ରହି ଯାଞ୍ଚ ପ୍ରକ୍ରିୟା ତଦାରଖ କରିଥିଲେ।

- Advertisement -

ରାୟଗଡା ଜିଲ୍ଲାର ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୦ଜଣ ପ୍ରାଥିୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଯାଞ୍ଚ ସମୟରେ ୪ଜଣଙ୍କର ମନୋନୟନପତ୍ର ନାକଚ ହୋଇଯାଇଛି। ମାଲକାନଗିରି ବିଧାନସଭା ଆସନରେ ଜଣଙ୍କର ଏବଂ ଚିତ୍ରକୋଣ୍ଡା ଆସନରେ ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଯାଇଥିବା ଜଣାପଡିଛି। ଗୁରୁବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories