BJD Bijuli 480×75 Mob

ନିର୍ବାଚନରେ  ନାରା’ର ବଜାର

BJD Bijuli 480×75 Mob
0

ଭୁବନେଶ୍ୱର(ଜିତ୍‌ ପଟ୍ଟନାୟକ) . – ନିର୍ବାଚନରେ ସ୍ଲୋଗାନ ବା ନାରା’ର ସ୍ୱତନ୍ତ୍ର ସ୍ଥାନ ରହିଛି ।  ଚଳିତ ନିର୍ବାଚନରେ  ଓଡ଼ିଶାରେ ବିଜେଡି ‘ପକ୍ଷରୁ ଘରେ ଘରେ ଶଙ୍ଖ’  ର ନାରା  ଦିଆଯାଇଛି ।  ସେହିପରି  ବିଜେପି ପକ୍ଷରୁ  ଫିର୍‌ ଏକ ବାର ମୋଦୀ ସରକାର’ର ନାରା  ଦିଆଯାଇଛି । ଜାତୀୟ ସ୍ତରରେ କଂଗ୍ରେସ ପକ୍ଷରୁ ଚୌକିଦାର ଚୋର ହେ’  ପ୍ରଦେଶ କଂଗ୍ରେସ ପକ୍ଷରୁ ଦୁର୍ନିତୀ ଭ୍ରଷ୍ଟାଚାର ଏ  ସରକାର’ ବୋଲି  ନାରା ଦିଆଯାଇଛି ।

୨୦୧୪ ନିର୍ବାଚନରେ ବିଜେପିର ‘ଆଛେ ଦିନ୍‌ ଆନେ ଓ୍ୱାଲେ ହେଁ’  ନାରା ବେଶ୍‌ ଲୋକପ୍ରିୟ ହୋଇ ପାରିଥିଲା। ‘ଅବକି ବାର ମୋଦୀ ସରକାର’, ‘କଂଗ୍ରେସ ମୁକ୍ତ ଭାରତ’ ଏପରି ନାରା ବିଜେପି ପକ୍ଷରୁ ଦିଆଯାଇଥିଲା ।

ସେହିପରି ଓଡ଼ିଶାରେ  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଅନେକ ସାମାଜିକ ନାରା ଦେଇଥିଲେ । ସେଗୁଡିକ ହେଲା  ‘ସମଗ୍ର ଓଡ଼ିଶାରେ ଟାଇଲ ଛପର ଘର’, ‘ମା’କୁ ସମ୍ମାନ, ଗାଁକୁ କାମ’,’ ଶାଶୁ ହାତକଡ଼ି-ନଣନ୍ଦ ବେଡ଼ି’ ଆଦି ସାମାଜିକ ସ୍ଲୋଗାନ । ଏପରି କି ଚାଉଳ କିଲୋ ଏକ ଟଙ୍କା ସତୁରୀ ବେଳେ, ‘ଚାଉଳ କିଲୋକ ଟଙ୍କେ ସତୁରୀ ଇନ୍ଦିରା ବଡ ଚତୁରୀ’ ପରି ନାରା ବି ନିର୍ବାଚନ ବେଳେ ପୂର୍ବରୁ ବ୍ୟବହାର  ହୋଇଥିବାର ନଜିର ରହିଛି ।

ଉତ୍ତର ପ୍ରଦେଶରେ  ମୁଲାୟମ ସିଂ ଯାଦବଙ୍କ ସମାଜବାଦୀ ପାର୍ଟି   ନିଜର ଚିହ୍ନ ସାଇକେଲକୁ ନେଇ ନାରା ଦେଇଥିଲା, ‘ଉମିଦ୍‌ କା ସାଇକେଲ୍‌’ ନାରା ଦେଇ  ଦଳ  ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୨୨୪ଟି ଆସନରେ ବିଜୟ ଲାଭ କରିଥିଲା । ଗତ ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦଶରେ ବିଜେପି ପକ୍ଷରୁ  ‘ନା ଗୁଣ୍ଡାରାଜ ନା ଭ୍ରଷ୍ଟାଚାର ଅବକି ବାର୍‌ ଭାଜାପା ସରକାର’ର ନାରା ଦିଆଯାଇଥିଲା ।

କଂଗ୍ରେସ ସହ ମହାମେଣ୍ଟ ପୂର୍ବରୁ ବସପା ପକ୍ଷରୁ ଉତ୍ତରପ୍ରଦେଶରେ ‘୨୭ ସାଲ ୟୁପି ବେହାଲ’ ନାରା ଦିଆଯାଇଥିଲା ।

ଭାରତରେ ଜରୁରୀକାଳିନ ପରିସ୍ଥିତି ବେଳେ  ‘ଜମିନ ଗୟୀ ଚକବନ୍ଦୀ ମେ, ମକାନ ଗୟୀ ହଦ ବନ୍ଦୀ ମେଁ , ମରଦ ଗୟୀ ନସବନ୍ଦୀ ମେଁ’ ନାରା ବେଶ୍‌ ପ୍ରଚଳିତ ଥିଲା ।

୧୯୫୨ରେ  କିଛି କଂଗ୍ରେସ ନେତା  ‘ଖରୋ ରୂପୟୋ ଚାନ୍ଦୀ କୋ , ରାଜ ମହାତ୍ମା ଗାନ୍ଧୀ କୋ ’, ୧୯୭୭ ମସିହାରେ କଂଗ୍ରେସ ବିପକ୍ଷରେ ‘ସଞ୍ଜୟକି ମମ୍ମି ବଡି ନିକମି, ବେଟା କାର ବନାତା ହେ, ମାଁ ବେକାର ବନାତା ହେ’ ନାରା ଦିଆଯାଇଥିଲା । ସେହିପରି କେତକ ‘ନସବନ୍ଦୀ କେ ତିନ ଦଲାଲ, ଇନ୍ଦିରା ,ସଞ୍ଜୟ ବଂଶୀଲାଲ୍‌ ୧୯୭୮ରେ ଇନ୍ଦିରା ଗାନ୍ଧୀ ଚିକମଂଗଲୁରରୁ ନିର୍ବାଚନ ଲଢିଥିବା ବେଳେ ‘ ଏକ ଶେରନୀ ଶୋ ଲଙ୍ଗୁର , ଚିକମଂଗଲୁର , ଚିକମଂଗଲୁର’ ନାରା ଦିଆଯାଇଥିଲା । ୧୯୮୦ ରେ ‘ଆଧା ରୋଟି ଖାଏଙ୍ଗେ ଇନ୍ଦିରାଜୀକୋ ଲାଏଙ୍ଗେ’ ନାରା ଦିଆଯାଇଥିଲା ।

ବାମପନ୍ଥୀଙ୍କ ପକ୍ଷରୁ ‘ଦେଶକି ଜନତା ଭୁଖି ହେ ୟହ ଆଜାଦି ଝୁଟି ହେ’   , ‘ଲାଲ କିଲ୍ଲା ପର ଲାଲ ନିଶାନ – ମାଙ୍ଗ ରାହା ହେ ହିନ୍ଦୁସ୍ତାନ’ ନାରା ଦିଆଯାଇଥିଲା ।  ଜରୁରୀ କାଳିନ ପରିସ୍ଥିତି ସମୟରେ  ‘ଆକାଶ ସେ ନେହେରୁ ରହେ ପୁକାର, ମତ କରୋ ବିଟିୟା ଅତ୍ୟାଚର’, ‘ଖା ଗୟୀ ଶକ୍କର ପି ଗୟୀ ତେଲ୍‌ – ୟହ ଦେଖୋ ଇନ୍ଦିରା କା ଖେଲ୍’ ।

କଂଗ୍ରେସର ଶ୍ରୀକାନ୍ତ ବର୍ମାଙ୍କ ନାରା ‘ଜାତ ପର ନ ପାତ ପର , ଇନ୍ଦିରା ଜୀ କି ବାତ ପର, ମୋହର ଲଗାଓ ହାତ ପର’ ନାରା ବେଶ୍‌   ଚର୍ଚ୍ଚାରେ ଥିଲା । ଦେବକାନ୍ତ ବରୁଆଙ୍କର ନାରା ‘ଇନ୍ଦିରା ଇଜ୍‌ ଇଣ୍ଡିଆ , ଇଣ୍ଡିଆ ଇଜ୍‌ ଇନ୍ଦିରା’ ନାରା ଦେଇଥିଲେ ।

ଜୟପ୍ରକାଶ ନାରାୟଣ ‘ଇନ୍ଦିରା ହଟାଓ ଦେଶ ବଚାଓ’ , ‘ସମ୍ପୂର୍ଣ୍ଣ କ୍ରାନ୍ତି  ଅବ ନାରା ହେ- ଭାବି ଇତିହାସ ତୁମ୍‌ହାରା ହେ’ ନାରା ଦେଇଥିଲେ ।

୧୯୮୪ ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ  ‘ଜବତକ ସୁରଜ ଚାନ୍ଦ ରହେଗା –ଇନ୍ଦିରା ତେରା ନାମ ରହେଗା’  ନାରା ଦିଆଯାଇଥିଲା । ସେହିପରି ‘ଉଠୋ କରୋଡୋଁ ହାତତ ହେ ସ ରାଜୀବ ଜୀ କେ ସାଥ ହେ’ ନାରା ବି  ଚର୍ଚ୍ଚାରେ ଥିଲା ।

୧୯୮୯ ରେ ‘ରାଜା ନେହିଁ ଫକିର ହେ ସ ଦେଶ୍‌ କି ତକଦିର୍‌ ହେ’  , ‘ରାଜା ହେ ନା ରଙ୍କ ହେ ଦେଶ କା କଳଙ୍କ ହେ’ ନାରା ଦିଆଯାଇଥିଲା। ରାମ ମନ୍ଦିର ପାଇଁ ‘ସୌଗନ୍ଧ ରାମ ରି ଖାତେ ହେ, ମନ୍ଦିର ବହି ବନାଏଙ୍ଗେ’, ୧୯୯୧ ରେ ରାଜୀବ ଗାନ୍ଧୀଙ୍କ ହତ୍ୟାପରେ  ‘ରାଜୀବ ତେରା ବଲିଦାନ ୟାଦ କରେଗା ହିନ୍ଦୁସ୍ତାନ’ ନାରା ଦିଆଯାଇଥିଲା । ୧୯୯୬ରେ ବିଜେପି ପକ୍ଷରୁ  ‘ସବକୋ ଦେଖ ବାରି ବାରି , ଅବକି ବାରି ଅଟଳ  ବିହାରୀ’ ନାରା ଲୋକପ୍ରିୟତା ହାସଲ କରିଥିଲା ।

‘ରୋଟି କପଡା ମକାନ ,ମାଙ୍ଗ ରହାରେ ହିନ୍ଦୁସ୍ତାନ’, ‘ମହଙ୍ଗାଇକୋ ରୋକ ନା ପାଇ ୟହ ସରକାର ନିକ୍କମି ହେ- ଜୋ ସରକାର ନିକ୍କମି ହେ ବୋ ସରକାର ବଦଲନି ହେ’ ନାରା  ବି  ଅନେକକ ସମୟରେ ନିର୍ବାଚନର ପ୍ରସଙ୍ଗ ଥିଲା ।

୨୦୧୦ରେ ପଶ୍ଚିମବଙ୍ଗ  ମମତା ବାନାର୍ଜୀ  ‘ମା ମାଟି ମାନୁଷ’ର ନାରା ଦେଇଥିଲେ ।

ଜନସଂଘ ଏକ ରାଜନୈତିକ ଦଳ ଥିବା ବେଳେ  ‘ଏକ ଝଣ୍ଡା ଏକ୍ ନିଶାନା, ମାଙ୍ଗ ରହା ହେ ହିନ୍ଦୁସ୍ତାନ୍’,‘ ଜନସଂଘ କୋ ଭୋଟ ଦୋ, ବିଡି ପିନା ଛୋଡ଼ ଦୋ -ବିଡ଼ି ମେ ତମ୍ବାଖୁ ହେ, କଂଗ୍ରେସ ବାଲା ଡାକୁ ହେ..’ ।  ଜଲି ଝୋପଡି ଭାଗେ ବେଲ- ୟେ ଦେଖୋ ଦୀପକ କା ଖେଲ୍’। ପରବର୍ତ୍ତୀ ସମୟରେ ଜନସଂଘରୁ ବିଜେପି ଏକ ରାଜନୈତିକ ଦଳ ହେବା ପରେ  ‘ ବଚ୍ଚା ବଚ୍ଚା ରାମ କା – ଜନ୍ମଭୂମୀ କେ କାମ୍ କା’ ନାରା ଦିଆଯାଇଥିଲା ।’ ୧୯୯୨ ରେ ବିଜେପ ସ୍ଲୋଗାନ ଥିଲା ‘ଅଭି ତୋ ପହଲି ଝାଙ୍କି ହେ – ମଥୁରା କାଶୀ ଅଭି ବାକି ହେ, ରାମ ଲାଲା ହମ୍ ଆଏଙ୍ଗେ -ମନ୍ଦିର ୱହି ବନାଏଙ୍ଗେ ’ ୧୯୯୯ରେ ବିଜେପିର ନାରା ଥିଲା ‘କହୋ ଦିଲ୍ ସେ, ଅଟଲ ଫିର ସେ’  ୨୦୧୪ରେ ‘ ଆଛେ ଦିନ୍ ଆନେ ବାଲେ ହୈ ’ ନାରା ଦେଇ ନରେନ୍ଦ୍ର ମୋଦୀ ବେଶ୍‌ ସଫଳତା ହାସଲ କରିଥିଲେ । ସରକାରକୁ ଆସିବା ପରେ ‘ସବକା ସାଥ୍ ସବକା ବିକାଶ’’ହରହର ମୋଦୀ, ଘର ଘର ମୋଦୀ’ ଓ ୨୦୧୯ ପାଇଁ ଅବକି ବାର ମୋଦୀ ସରକାର ନାରା ଦିଆଯାଇଛି ।

Leave A Reply