www.samajalive.in
Sunday, December 7, 2025
26.1 C
Bhubaneswar

ପାଣିପାଗ ବିଭାଗର ଚେତାବନୀ ; ବାତ୍ୟା ଆସିଲେ ଏହି ସ୍ଥାନରେ ହୋଇପାରେ ତାଣ୍ଡବ..

ନୂଆଦିଲ୍ଲୀ : ମେ’ ମାସ ପଶ୍ଚିମ ବଙ୍ଗ ପାଇଁ ସମସ୍ୟା ଆଣୁଥିବା ଦେଖାଯାଉଛି। ଗତ କିଛି ବର୍ଷ ଧରି ଏଠାରେ ବାତ୍ୟା କାରଣରୁ ହଇଚଇ ସୃଷ୍ଟି କରିଛି। ୧୫ ବର୍ଷ ପୂର୍ବରୁ ୨୫ ମେରେ ବାତ୍ୟା ଅୟାଲା ତାଣ୍ଡବ ରଚି ଥିବା ବେଳେ ଏହାପରେ ୧୦ ବର୍ଷ ପରେ ମେ ୨୦୧୯ରେ ବାତ୍ୟା ଫଣି ଓଡିଶା ରାସ୍ତାରେ ପଶ୍ଚିମବଙ୍ଗରେ ପ୍ରବେଶ କରି ତାଣ୍ଡବ ରଚି ଥିଲା।

୩ଟି ବାସ୍ତୁ ଉପାୟ; ଘରେ ଜମା ହେବନି ଟଙ୍କା ଅଭାବ,କି ବାସ୍ତୁ ଦୋଷ..

- Advertisement -

ମେ ମାସ ଆସିବା ମାତ୍ରେ ପୁଣି ଥରେ ଭୟର ବାତାବରଣ ସୃଷ୍ଟି କରିଛି। କିଛି ବର୍ଷ ପୂର୍ବରୁ ଘଟିଥିବା ଘଟଣାକୁ ଆଧାର କରି ପଶ୍ଚିମବଙ୍ଗ ପୁଣି ଥରେ ବାତ୍ୟା କାରଣରୁ ଘଟିଥିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଏଭଳି ଚିନ୍ତା କରାଯାଉଛି ବାତ୍ୟା ଆସିପାରେ। ଲୋକଙ୍କ ଆଶଙ୍କାକୁ ଦୂର କରି ପାଣିପାଗ ବିଭାଗ ଚଳିତ ବର୍ଷ ରାଜ୍ୟର ଲୋକଙ୍କ ପାଇଁ କିଛି ଆଶ୍ୱସ୍ତି ଆଣିଛି।

ପାଣିପାଗ ବୈଜ୍ଞାନିକଙ୍କ କହିବାନୁଯାୟୀ, ଦୁଇ ସପ୍ତାହର ପୂର୍ବାନୁମାନରେ ବଙ୍ଗୋପସାଗର ଓ ଆରବସାଗର ଉପରେ ଗୋଟିଏ ନୁହେଁ ବରଂ ୨ଟି ଅବପାତ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୨ ମେ ପର୍ଯ୍ୟନ୍ତ ଆରବସାଗର, ୨୩ ମେ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଅବପାତ ବୃଦ୍ଧି ହୋଇପାରେ। ଚଳିତ ଥର ସମୁଦ୍ରରେ ଅନେକ ସ୍ଥିତି ଅନୁକୂଳ ରହିଛି। ଏହାର କାରଣ ବଙ୍ଗୋପସାଗରରେ ପାଣି ଉଷ୍ଣ ହେବା। ଅବପାତ ସୃଷ୍ଟି ହେବା ପାଇଁ ସର୍ବନିମ୍ନ ସମୁଦ୍ର ପୃଷ୍ଠର ତାପମାତ୍ରା ୨୬.୫ ଡିଗ୍ରୀ ସେଲସିୟସ। ଏହି ତାପମାତ୍ରା ଅତି କମରେ ୫୦ ମିଟର ଗଭୀର ପର୍ଯ୍ୟନ୍ତ ସୃଷ୍ଟି ହୋଇପାରେ।

ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..

ବର୍ତ୍ତମାନ ବଙ୍ଗୋପସାଗରରେ ଜଳ ପୃଷ୍ଠର ତାପମାତ୍ରା ପ୍ରାୟ ୩୦-୩୧ ଡିଗ୍ରୀ ସେଲସିୟସ।  ଘୂର୍ଣ୍ଣିବଳୟକୁ ତୀବ୍ର କରିବା ପାଇଁ ଉଷୁମ ଜଳ ଯଥେଷ୍ଟ। ମେ ୨୪ ପରେ ଏକ ଗଭୀର ଅବପାତର ସମ୍ଭାବନା ଅଛି । ପରେ ଘୂର୍ଣ୍ଣିବଳୟ ଶକ୍ତିରେ ବୃଦ୍ଧି ପାଇପାରେ। ତେବେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ପୂର୍ବାନୁମାନ କରି ନାହିଁ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories