www.samajalive.in
Sunday, December 14, 2025
15.1 C
Bhubaneswar

ବିଚାରବନ୍ତ ଭାବେ ମତଦାନ ପାଇଁ ୨୦୦ ବୈଜ୍ଞାନିକଙ୍କ ନିବେଦନ

ଚେନ୍ନଇ: ଚଳିତ ଲୋକସଭା ନିର୍ବାଚନରେ ବିଚାରବନ୍ତ ଭାବେ ମତଦାନ କରିବା ପାଇଁ ଦେଶର ୨୦୦ ବୈଜ୍ଞାନିକ ଭାରତୀୟ ନାଗରିକଙ୍କୁ ନିବେଦନ କରିଛନ୍ତି। ସେମାନେ କୌଣସି ନିର୍ଦିଷ୍ଟ ଦଳର ସପକ୍ଷ ବା ବିପକ୍ଷରେ ନ କହି ପ୍ରସଙ୍ଗ ଭିତ୍ତିରେ ଓ ବୈଜ୍ଞାନିକ ଚିନ୍ତାଧାରାରେ ମତଦାନ କରିବାକୁ ନିବେଦନ କରିଛନ୍ତି। ସମ୍ବିଧାନ ପ୍ରଦତ୍ତ ଚିନ୍ତାଧାରାକୁ ସମ୍ମାନ ଦେଇ ବୈଷମ୍ୟ, ଧମକ, ଅତ୍ୟାଚାର, ଭେଦଭାବ ଇତ୍ୟାଦି ବିରୋଧରେ ମତଦାନ ପାଇଁ ସେମାନେ କହିଛନ୍ତି। ଏହି ନିବେଦନ ପତ୍ରରେ ଦେଶର ବରିଷ୍ଠ ଓ ଉଦୀୟମାନ ବୈଜ୍ଞାନିକ ଦସ୍ତଖତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଅମିତାଭ ଜୋଷୀ, ଗନଦୀପ କାଙ୍ଗ, ନରେଶ ଦଧିଚ, ସୁଭାଷ ଲାଖୋଟିଆ, ସତ୍ୟଜିତ ମେୟର ପ୍ରମୁଖ। ପୁଣେସ୍ଥିତ ‘ଆଇଜର’ର ପ୍ରଫେସର ସତ୍ୟଜିତ ରଥଙ୍କ ଦ୍ବାରା ଏହି ନିବେଦନ ପତ୍ର ଲେଖାଯାଇଛି।

ପ୍ରଥମ ଥର ପାଇଁ ଦେଶର ବୈଜ୍ଞାନିକମାନେ ଏଭଳି ଏକ ନିବେଦନ କରିଛନ୍ତି। ଏହି ନିବେଦନ ପତ୍ରରେ ଆହୁରି ଲେଖାଯାଇଛି ଯେ ‘ଗୋଷ୍ଠୀବଦ୍ଧ ହିଂସା ଘଟାଉଥିବା ଶକ୍ତି, ଧର୍ମ-ଜାତି-ସମ୍ପ୍ରଦାୟ-ଲିଙ୍ଗ-ଭାଷା-ଅଞ୍ଚଳ ଆଦି ଆଧାରରେ ଭେଦଭାବ ଓ ଅତ୍ୟାଚାର ଚଳାଇଥିବା ଗୋଷ୍ଠୀଙ୍କୁ ପରିତ୍ୟାଗ କରିବା’ ପାଇଁ ବୈଜ୍ଞାନିକମାନେ ନିବେଦନ କରିଛନ୍ତି। ଏଭଳି କାର୍ୟ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା ଶକ୍ତିଙ୍କୁ ମଧ୍ୟ କ୍ଷମତାଚ୍ୟୁତ କରିବା ପାଇଁ ସେମାନେ କହିଛନ୍ତି। ସମ୍ପ୍ରତି ଦେଶରେ ଏଭଳି ପରିସ୍ଥିତି ସୃଷ୍ଟିହୋଇଛି; ଯେଉଁଥିରେ ବୈଜ୍ଞାନିକ, ସାମାଜିକ କର୍ମୀ ସମସ୍ତେ ନିର୍ୟାତିିତ ହେଉଛନ୍ତି। ଅନକଙ୍କୁ ଜେଲ୍‌ ଯିବାକୁ ପଡ଼ୁଛି କିମ୍ବା ଜୀବନ ହରାଇବାକୁ ହେଉଛି। ଏହା ଦେଶର ଭବିଷତ ପାଇଁ ହିତକର ନୁହେଁ। ବୈଜ୍ଞାନିକମାନେ କେବେ ରାଜନୀତିରେ ନ ଥାନ୍ତି କିମ୍ବା ସେମାନେ ବିଭେଦ ଓ ଭୟ ସୃଷ୍ଟିକାରୀ ରାଜନୀତିକୁ ପ୍ରୋତ୍ସାହନ ଦେଇ ନ ଥାନ୍ତି। ସମାଜରେ ଦଳିତ, ମହିଳା, ଧାର୍ମିକ ସଂଖ୍ୟାଲଘୁ, ଆଦିବାସୀ ଓ ଦରିଦ୍ର ଶ୍ରେଣୀଙ୍କ ମଧ୍ୟରେ ବାଛବିଚାରକୁ ଯେଉଁମାନେ ପ୍ରସ୍ରୟ ଦେଉଛନ୍ତି ସେମାନଙ୍କୁ ମଧ୍ୟ ବୈଜ୍ଞାନିକମାନେ ସମର୍ଥନ କରନ୍ତି ନାହିଁ। ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ସେମାନଙ୍କ ଉଦ୍ଦେଶ୍ୟ ବୋଲି ପ୍ରଫେସର ରଥ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories