www.samajalive.in
Sunday, December 14, 2025
23.1 C
Bhubaneswar

୭୫ବର୍ଷରୁ ଊର୍ଦ୍ଧ୍ବଙ୍କୁ ଟିକଟ ନ ଦେବାକୁ ନିଷ୍ପତ୍ତି ହୋଇଛି: ଶାହା

ନୂଆଦିଲ୍ଲୀ: ୭୫ବର୍ଷରୁ ଊର୍ଦ୍ଧ୍ବ ବୟସର ନେତାଙ୍କୁ ଟିକଟ ନ ଦେବା ଲାଗି ଦଳ ନିଷ୍ପତ୍ତି ନେଇଥିବା ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି। ‘ଦ ୱିକ’ କୁ ଦେଇଥିବା ଏକ ସାକ୍ଷାତକାରରେ ଶାହା କହିଛନ୍ତି ୭୫ବର୍ଷରୁ ଊର୍ଦ୍ଧ୍ବ କୌଣସି ନେତାଙ୍କୁ ଟିକଟ ଦିଆଯାଇ ନାହିଁ। ଗାନ୍ଧୀନଗରରୁ ନିଜର ପ୍ରାର୍ଥିତ୍ବ ସମ୍ପର୍କରେ ସେ କହିଛନ୍ତି ଯେ ଦଳ ଚାହେଁ ସମସ୍ତେ ପ୍ରତ୍ୟକ୍ଷ ନିର୍ବାଚନ ଲଢି ସଂସଦକୁ ଯାଆନ୍ତୁ। ତେଣୁ ସେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପି ଯଦି କ୍ଷମତା ବଜାୟ ରଖେ ତେବେ ସେ କେନ୍ଦ୍ରରେ ମନ୍ତ୍ରୀ ହେବେ ବୋଲି ହେଉଥିବା ଚର୍ଚ୍ଚାକୁ ଶାହା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଜଣେ ରାଜ୍ୟସଭା ସଦସ୍ୟ ମଧ୍ୟ ସରକାରରେ ମନ୍ତ୍ରୀ ହୋଇପାରିବ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories