www.samajalive.in
Sunday, December 14, 2025
23.1 C
Bhubaneswar

ନିର୍ବାଚନ ଲଢ଼ିବେନି ସୁମିତ୍ରା

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତ୍ରୀ ସୁମିତ୍ରା ମହାଜନ ଦଳର ଟିକଟ ବଣ୍ଟନକୁ ନେଇ ପରୋକ୍ଷ ଅସନ୍ତୋଷ ବ୍ୟକ୍ତ କରିବା ପୂର୍ବକ ନିର୍ବାଚନ ଲଢିବାକୁ ମନା କରିଛନ୍ତି। ବିଦାୟୀ ଲୋକସଭା ବାଚସ୍ପତି ମହାଜନ ଇନ୍ଦୋର ଆସନରୁ ୮ଥର ନିର୍ବାଚିତ ହୋଇ ଆସିଥିବାବେଳେ ବିଜେପି ଏହି ଆସନ ପାଇଁ ଶୁକ୍ରବାର ସୁଦ୍ଧା ପ୍ରାର୍ଥୀ ଘୋଷଣା କରି ନାହିଁ। ୨୦୧୪ରେ ସୁମିତ୍ରା ଏଠାରୁ ୪.୬୬ ଲକ୍ଷ ଭୋଟରେ ବିଜୟୀ ହୋଇଥିଲେ। ମଇ ୧୯ ଶେଷ ପର୍ଯ୍ୟାୟରେ ଇନ୍ଦୋର ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ବିଜେପି ପ୍ରାର୍ଥୀ ଘୋଷଣା ବିଳମ୍ବିତ କରିଛି। ଇନ୍ଦୋର ପାଇଁ ପ୍ରାର୍ଥୀ ମନୋନୟନ କରିବାକୁ ଦଳୀୟ ନେତାଙ୍କ ଲାଗି ସମସ୍ୟା ସୃଷ୍ଟି ହେଉଥିବା ଆଶଙ୍କା କରି ସୁମିତ୍ରା ନିର୍ବାଚନ ଲଢିବାକୁ ମନା କରିଛନ୍ତି। ସୁମିତ୍ରା ଚଳିତ ମାସରେ ୭୬ବର୍ଷରେ ପଦାର୍ପଣ କରିବେ। ବିଜେପିର ନିଷ୍ପତ୍ତି ଅନୁଯାୟୀ ୭୫ବର୍ଷରୁ ଅଧିକ ବୟସର ଲୋକଙ୍କୁ ନିର୍ବାଚନ ଲଢିବାକୁ ଟିକଟ ଦିଆଯିବ ନାହିଁ। ଏହି ମାନଦଣ୍ଡ ଆଧାରରେ ଲାଲକୃଷ୍ଣ ଆଡୱାଣୀ ଓ ମୁରଲୀ ମନୋହର ଜୋଷୀଙ୍କ ଭଳି ନେତାଙ୍କୁ ଏଥର ଟିକଟ ଦିଆଯାଇ ନାହିଁ।

ନିର୍ବାଚନ ନ ଲଢିବା ନିଷ୍ପତ୍ତି ସମ୍ପର୍କରେ ସୁମିତ୍ରା ଦଳୀୟ ନେତାଙ୍କ ନିକଟକୁ ଶୁକ୍ରବାର ପତ୍ର ଲେଖିଛନ୍ତି। ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ଇନ୍ଦୋର ଆସନ ପାଇଁ ଦଳ କାହିଁକି ପ୍ରାର୍ଥୀ ଘୋଷଣା କରୁ ନାହିଁ। ସମ୍ଭବତଃ ଏ ସମ୍ପର୍କରେ ନିଷ୍ପତ୍ତି ନେବାରେ ଦଳ ପାଇଁ କିଛି ସମସ୍ୟା ରହିଛି। ମୋ’ ପାଇଁ ଏହି ସମସ୍ୟା ହେଉଥିବା ମନେ ହେଉଛି। ଏହି ସମସ୍ୟା ଦୂର କରିବା ଲାଗି ମୁଁ ନିର୍ବାଚନ ନ ଲଢିବାକୁ ଘୋଷଣା କରୁଛି। ଏବେ ଦଳ ପ୍ରାର୍ଥୀ ଘୋଷଣା ଲାଗି ନିଃସନ୍ଦେହ ଓ ଖୋଲା ମନରେ ନିଷ୍ପତ୍ତି ନେଉ। ଏହା ପୂର୍ବରୁ ସୁମିତ୍ରା ଇନ୍ଦୋରରେ ବିଜେପିର ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ। ସେହିପରି ସୁମିତ୍ରା ଟ୍ବିଟରରେ ନାମ ପୂର୍ବରୁ ଚୌକିଦାର ସଂଯୋଗ କରି ନାହାନ୍ତି। ଇନ୍ଦୋର ଆସନ ପାଇଁ ବିଧାୟକ ମାଲିନି ଗୌଡ, ଉଷା ଠାକୁର ଓ ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିଆଙ୍କ ନାମ ଚର୍ଚ୍ଚାରେ ରହିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories