www.samajalive.in
Saturday, December 6, 2025
26.1 C
Bhubaneswar

ରାଫାରେ ବିସ୍ଫୋରଣ: ୮ ଇସ୍ରାଏଲ୍ ସୈନିକ ମୃତ

ତେଲଆଭିଭ୍‌ : ଦକ୍ଷିଣ ଗାଜାର ରାଫାରେ ଏକ ଆଇଇଡି ବିସ୍ଫୋରଣରେ ଇସ୍ରାଏଲର ୮ ସୈନିକ ପ୍ରାଣ ହରାଇଛନ୍ତି। ଗତ ଜାନୁଆରୀ ପରଠାରୁ ରାଫାରେ ଇସ୍ରାଏଲ ବିରୋଧରେ ହୋଇଥିବା ଆକ୍ରମଣ ମଧ୍ୟରୁ ଏହା ସବୁଠାରୁ ଭୟଙ୍କର। ବିସ୍ଫୋରଣରେ ପ୍ରାଣ ହରାଇଥିବା ଇସ୍ରାଏଲ ସୈନିକଙ୍କ ମଧ୍ୟରେ ଅଛନ୍ତି କ୍ୟାପ୍‌ଟେନ ୱାସେମ୍ ମହମ୍ମଦ । ମହମ୍ମଦ ଇଞ୍ଜିନିୟରିଂ କ୍ରପସ୍‌ ୬୦୧ ବାଟାଲିୟନ୍‌ର ଡେପୁଟି କମାଣ୍ଡର ଥିଲେ। ପ୍ରାଣ ହରାଇଥିବା ଅନ୍ୟ ସୈନିକଙ୍କ ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ଇସ୍ରାଏଲ ସେନା (ଆଇଡିଏଫ୍‌) କହିଛି। ଅନ୍ୟପକ୍ଷରେ ଆଇଡିଏଫ୍‌ ଏହି ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣ ସମୟରେ ସୈନିକମାନେ କମ୍ବାଟ ଇଞ୍ଜିନିୟରିଂ ଭେଇକିଲ୍ (ସିଇଭି)ରେ ଥିଲେ। ଗତ ଅକ୍ଟୋବରରୁ ଗାଜାରେ ଇସ୍ରାଏଲ ସହିତ ହମାସ ଆତଙ୍କବାଦୀଙ୍କ ଯୁଦ୍ଧ ଲାଗି ରହିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories