www.samajalive.in
Saturday, December 6, 2025
14.1 C
Bhubaneswar

ଅଣ୍ଡା ବଟର ମସଲା

ଆବଶ୍ୟକ ସାମଗ୍ରୀ
ସିଝା ଅଣ୍ଡା – ୪ଟି
ଅଦା ରସୁଣ ବଟା – ୨ଚାମଚ
କଟା ପିଆଜ – ୨ଟି
ବଟର – ୧୦୦ ଗ୍ରାମ
ତେଲ – ଅଳ୍ପ
କଟା ଟମାଟୋ – ୧ଟି
କାଜୁ – ୫ ରୁ ୬ଟି
ଲଙ୍କା ଗୁଣ୍ଡ – ୧ଚାମଚ
ହଳଦୀ ଗୁଣ୍ଡ –ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଗରମ ମସଲା – ୧ଚାମଚ
କ୍ରିମ – ୨ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ଅଳ୍ପ ତେଲ ପକାଇ ସିଝା ଅଣ୍ଡାକୁ ଭାଜନ୍ତୁ। ଭାଜିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପୁଣି ଗ୍ୟାସରେ କଡ଼େଇ ବସାଇ ଏଥିରେ ବଟର ପକାନ୍ତୁ। ବଟର ତରଳିଲେ ଅଦା ରସୁଣ ବଟା ପକାଇ ଭଲ ଭାବେ ଗୋଳାନ୍ତୁ। ଏହା ପରେ କଟା ପିଆଜ ପକାଇ ଭଲ ଭାବେ କଷନ୍ତୁ। କିଛି ସମୟ ପରେ ଟମାଟୋ ପକାଇ ପୁଣି କଷନ୍ତୁ। ଭଲ ଭାବେ କଷି ହେବା ପରେ ଏକ ପାତ୍ରକୁ କାଢି ଏହାକୁ ଥଣ୍ଡା କରି ଦିଅନ୍ତୁ। ଥଣ୍ଡା ହେବା ପରେ ଏଥିରେ କାଜୁ ପକାଇ ଏହାକୁ ପେଷି ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ପୁଣି ଗ୍ୟାସରେ ଏକ କଡ଼େଇରେ ବଟର ଗରମ କରନ୍ତୁ। ଏଥିରେ ରଖିଥିବା ପେଷ୍ଟକୁ ପକାନ୍ତୁ। ଏହା ପରେ ଏଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଗରମ ମସଲା, ଆବଶ୍ୟକ ପରିମାଣରେ ପାଣି ପକାଇ ଭଲ ଭାବେ କଷନ୍ତୁ । ଭଲ ଭାବେ କଷି ହେବା ପରେ ଏଥିରେ କ୍ରିମ ପକାଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଭାଜି କରି ରଖିଥିବା ଅଣ୍ଡାକୁ ପକାଇ ୨ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଣ୍ଡା ବଟର ମସଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories