www.samajalive.in
Saturday, December 6, 2025
15.1 C
Bhubaneswar

ଜାଣନ୍ତୁ, ବିଲେଇ ରାସ୍ତା କାଟିବା କେତେ ଶୁଭ କେତେ ଅଶୁଭ

ସାଧାରଣ ଜୀବନରେ ବେଳେବେଳେ ଦେଖା ଯାଇଥାଏ ଯେ, ଅନେକ ଥର ବିଲେଇ ରାସ୍ତା ମଝିରେ ଚାଲିଯାଇଥାଏ। ଏପରି ହେବା ଦ୍ବାରା ଅଶୁଭ ବୋଲି କୁହାଯାଇଛି। ବିଲେଇ ରାସ୍ତା ମଝିରେ ଚାଲିଗଲେ ଅନେକ ଲୋକ ସେଠାରେ କିଛି ସମୟ ଅଟକି ଯାଆନ୍ତି ତ ଅନେକ ଲୋକ ରାସ୍ତା ପରିବର୍ତ୍ତନ କରି ଚାଲିଯାଆନ୍ତି। କୁହାଯାଇଛି ଯେ, କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଥିଲେ ବିଲେଇ ସାମ୍ନା ଦେଇ ଚାଲିଗଲେ ସେ କାମ ସମ୍ପୁର୍ଣ୍ଣ ହୋଇନଥାଏ। ଯେକୌଣସି ପରିସ୍ଥିତିରେ କଳା ବିଲେଇ ରାସ୍ତା କାଟିବା ଅଶୁଭ ଅଟେ। ଆସନ୍ତୁ ଜାଣିବା ଏହି ସମ୍ପର୍କରେ ..

ଶାସ୍ତ୍ରରେ ବିଲେଇ ନକରାତ୍ମକ ଶକ୍ତିର ପ୍ରତୀକ ବୋଲି କୁହାଯାଇଛି। ବିଲେଇ ଯେଉଁଠିକୁ ଯାଇଥାଏ ସେଠାରେ ସକାରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ଏହାସହ ବିଲେଇର ବାସ୍ତୁ ସହ ମଧ୍ୟ ସମ୍ବନ୍ଧ ରହିଛି। ଯେକୌଣସି ତନ୍ତ୍ର ସାଧନା କରିୁଥିବା ବ୍ୟକ୍ତି ବିଲେଇକୁ କଳା ଶକ୍ତି ରୂପେ ଦେଖିଥାଆନ୍ତି। କଳା ବିଲେଇ ବାମ ପଟୁ ରାସ୍ତା କାଟି ଡାହାଣ ପଟେ ଚାଲିଗଲେ ତାହା ଅଶୁଭ ହୋଇଥାଏ। ଅନ୍ୟ ପରିସ୍ଥିତିରେ କଳା ବିଲେଇ ବ୍ୟତୀତ ଅନ୍ୟ ବିଲେଇ ରାସ୍ତା କାଟିବା ଅଶୁଭ ନୁହେଁ ବୋଲି କୁହାଯାଇଛି।

- Advertisement -

ବିଲେଇ ରାସ୍ତା କାଟି ଚାଲିଯିବା ଦ୍ବାରା ନିଜ ପଛରେ ନକରାତ୍ମକ ଶକ୍ତି ଛାଡି ଯାଇଥାଏ। ସେହି ନକରାତ୍ମକ ଶକ୍ତି ରାସ୍ତାରେ ରହିଯାଏ। ଯଦି କୌଣସି ଘରେ ବିଲେଇ କାନ୍ଦିବାର ଶବ୍ଦ ଶୁଣନ୍ତି ତେବେ ତାହା ବ୍ୟକ୍ତିଙ୍କ ମନରେ ଭୟ ଓ ଆଶଙ୍କା ଜାତ କରିଥାଏ। ଏହାସହ ବିଲେଇ ଯଦି କୌଣସି ବ୍ୟକ୍ତିଙ୍କ ଘର ନିକଟରେ କାନ୍ଦୁଥାଏ ତେବେ ସେହି ଘରର କୌଣସି ବ୍ୟକ୍ତିଙ୍କ ସହ କିଛି ଅଘଟଣ ହେବାର ସଙ୍କେତ ଦେଇଥାଏ।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories