ୟୁରୋପରେ ବ୍ୟାପୁଛି ଇଜି.୫ କରୋନା ଭୁତାଣୁର ପ୍ରକରଣ
ଲଣ୍ଡନ- ୟୁରୋପରେ ଏବେ ଇଜି.୫ କରୋନା ଭୁତାଣୁର ପ୍ରକୋପ ଦେଖିବା ପାଇଁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହା ନିର୍ଦ୍ଦେଶର ଟେଡ୍ରୋସ ଆଧାନୋମ ଘେବ୍ରେୟେସୁସ୍ ଏହା ଉପରେ ନଜର ରଖାଯାଇଥିବା କଥା କହିଛନ୍ତି ।
ଏହା କେତେ ସଂକ୍ରାମକ ସେ ବିଷରେ ଅନୁଧ୍ୟାନ କରାଯାଉଥିବା ଟେଡ୍ରୋସ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହି ଭୁତାଣୁକୁ ନେଇ ମାର୍ଗଦର୍ଶିକା ଜାରି କରାଯାଇଛି । ଇଜି.୫ କରୋନା ଭୁତାଣୁ ଯୋଗୁଁ ସଂକ୍ରମଣ ବଢିବାର ଆଶଙ୍କା ପ୍ରକାଶ ପାଇଛି ।
ଏହା ଏକ ନୂଆ ପ୍ରକରଣ ଭୁତାଣୁ । ଟିକା ଏହା ଉପରେ କେତେ ପ୍ରଭାବୀ ତାହାର ଅନୁଧ୍ୟାନ କରାଯାଉଛି ।
Comments are closed.