www.samajalive.in
Sunday, December 14, 2025
26.1 C
Bhubaneswar

୪ ଛାତ୍ରୀଙ୍କୁ ପାଇଖାନାରେ ବନ୍ଦ ଘଟଣା :  ସ୍କୁଲ ପରିଚାଳନା ସଭାପତି ପୋସ୍କୋ କୋର୍ଟ ଚାଲାଣ

କଣ୍ଟାବାଞ୍ଝି  : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ଥାନା ଅଧିନସ୍ଥ ବୁରୋମାଲ ସରକାରୀ ଉନ୍ନୀତ ହାଇସ୍କୁଲର ପରିଚାଳନା କମିଟି ସଭାପତି ମଙ୍ଗଳବାର ୪ଜଣ ଛାତ୍ରୀଙ୍କୁ ପାଇଖାନାରେ ବନ୍ଦ କରିଦେଇଥିଲେ । ତେବେ ସେହି ଘଟଣାକୁ ନେଇ ଛାତ୍ରୀ ଓ ଅଭିଭାବକମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତିକରି ମଙ୍ଗଳବାର ରାତିରେ ପୁଲିସ ସ୍କୁଲ ପରିଚାଳନା କମିଟି ସଭାପତି ଅଶୋକ ଓରଫ ସଦାନନ୍ଦ ବନଛୋର (୩୫) ଅଟକ ରଖି ପଚରା ଉଚୁରା କରିଥିଲେ । ସେହିପରି ସ୍କୁଲ ୪ ଜଣ ଛାତ୍ରୀଙ୍କୁ ମଧ୍ୟ ପୋଲିସ ତଦନ୍ତ ପରିସରକୁ ଆଣି ଯାଣିବାକୁ ପାଇଥିଲା ଯେ ଏହି ଘଟଣାରେ ସତ୍ୟତା ଅଛି । ୪ଜଣ ନାବାଳିକା ଛାତ୍ରୀଙ୍କୁ ସଭାପତି ବନଛୋର ଗାଲି ଗୁଲଜ କରିବା ସହିତ ସ୍କୁଲ ପାଇଖାନାରେ ଅଧା ଘଣ୍ଟା ଧରି ଭର୍ତ୍ତି କରି ଦେଇ ଆଗପଟୁ ତାଲା ଦେଇଥିଲେ। ପରେ ଉକ୍ତ ନାବାଳିକାମାନେ କାନ୍ଦ ବୋବାଳି କରିବା ସହିତ ଚିତ୍କାର କରିଥିଲେ। ଚିତ୍କାରକୁ ଶୁଣି ସଭାପତି ପାଇଖାନାର ତାଲା ଖୋଲିଦେଇଥିଲେ। ଆହୁରି ଅଭିଯୋଗ ଅଛି ଯେ ଏହି ନାବାଳିକା ମାନଙ୍କୁ ସଭାପତି ହାତ ଧରି ଟଣା ଓଟରା କରିଥିଲେ। ଏହି ସମୟରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକମାନେ ଶ୍ରେଣି କକ୍ଷରେ ଥିବାରୁ ଘଟଣା ବିଷୟରେ ଯାଣି ପାରି ନ ଥିଲେ । ସଭାପତିଙ୍କର  ଏହିସବୁ ଆଚରଣକୁ ନେଇ କଣ୍ଟାବାଞ୍ଝି ପୁଲିସ ମାମଲା ରୁଜୁ କରି ବଲାଙ୍ଗିର ପୋସ୍କୋ କୋର୍ଟକୁ ଚାଲାଣ କରିଥିବା ଥାନା ଅଧିକାରୀ ରଶ୍ମିତା ବେହେରା କହିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories