କୁଦୃଷ୍ଟି ପ୍ରଭାବରୁ ବଞ୍ଚିବା ପାଇଁ ଆପାଣାନ୍ତୁ ଏହି ଉପାୟ….
ଦୁନିଆରେ ତିନି ପ୍ରକାର ଶକ୍ତି କାମ କରିଥାଏ ଯଥା- ସକାରାତ୍ମକ,ନକାରାତ୍ମକ ଓ ଉଦାସୀନ। ଏହି ଶକ୍ତି ଆମର ବ୍ୟବହାର ଓ କଥାବାର୍ତ୍ତାରୁ ସୃଷ୍ଟି ହୋଇଥାଏ। ଆମ ଶରୀର ଉପରେ ସକାରାତ୍ମକ ଶକ୍ତି କାମ କରିଥାଏ। ସ୍ୱଭାବ ଓ ସମ୍ପର୍କରୁ ଆମ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ ଏବଂ ଆମେ ଏହାକୁ ଖରାପ ଦୃଷ୍ଟି ପଡ଼ିବା ବା ନଜର ଲାଗିବା କହିଥାଉ। ଦୃଷ୍ଟି ପଡ଼ିଲେ ଆମର ଭାବନା ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ, ଯାହା ଦ୍ୱାରା କିଛି କ୍ଷଣ ପାଇଁ ଆମ ଜୀବନରେ ନକାରାତ୍ମକ ପ୍ରଭାବ ପଡ଼େ ବୋଲି ବିଶ୍ୱାସ ରହିଛି।
ପ୍ରଭାବ:
ହଠାତ୍ ଦେହ ଖରାପ ହୋଇଥାଏ।
କେଉଁଟି ଠିକ୍ କେଉଁଟି ଭୁଲ୍ ତାହାର କୌଣସି ସମାଧାନ କରିପାରି ନଥାନ୍ତି।
ବ୍ୟକ୍ତିଙ୍କ ମନ ହଠାତ୍ ଅଶାନ୍ତ ଓ ଖରାପ ହୋଇଯାଏ।
ଉପାୟ:
ଯଦି କେବେ ଏମିତି ହୁଏ ତାହେଲେ ନିଜର କିଛି ଚୁଟି କାଟି ଦିଅନ୍ତୁ।
କୁଦୃଷ୍ଟିରୁ ଦୂରରେ ରହିବା ପାଇଁ ସର୍ବଦା ଚନ୍ଦନ ଟିକା ଲଗାନ୍ତୁ।
ଘରୁ ବାହାରି କୌଣସି ଦୂର ସ୍ଥାନକୁ ଯିବା ବେଳେ ଗୁଡ଼ ବା ମିଠା ଖାଇ ଯାଆନ୍ତୁ।