www.samajalive.in
Sunday, December 7, 2025
18.1 C
Bhubaneswar

ସାମ୍ପ୍ରତିକ କରୋନା ସ୍ଥିତିରେ ପ୍ରାଥମିକ ଶିକ୍ଷାକୁ ନିରନ୍ତର କରିବା ପାଇଁ ‘ନିରନ୍ତର ଶିକ୍ଷଣ କାର୍ଯ୍ୟକ୍ରମ’

ରେଙ୍ଗାଲିକ୍ୟାମ୍ପ : ଏକ ସୁସ୍ଥ ସମାଜ ଗଠନରେ ‘ଶିକ୍ଷା’ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଗତ ପ୍ରାୟ ଦେଢ଼ ବର୍ଷ ହେଲା କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ଫଳରେ କୁନି କୁନି ଭବିଷ୍ୟତ ଶିକ୍ଷା ରୂପକ ଆଲୋକରୁ ଦୂରେଇ ଯାଇଛନ୍ତି । ସରକାରଙ୍କ ଅନେକ ପ୍ରୟାସ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଶତ ପ୍ରତିଶତ ପିଲା ଶିକ୍ଷା ବ୍ୟବସ୍ଥାର ଲାଭ ନେଇ ପାରୁନାହାନ୍ତି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଶନିବାର ଅତାବିରା ଶିକ୍ଷକ ଭବନଠାରେ ଅତାବିରା ତଥା ଭେଡେନ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ଶିକ୍ଷାକୁ ନିରନ୍ତର କରିବା ପାଇଁ ‘ନିରନ୍ତର ଶିକ୍ଷଣ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ୟ୍ୟକ୍ରମରେ ବରଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ଅକ୍ଷୟ କୁମାର ବାରିକ୍, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ସୀମାଞ୍ଜଳି ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସିଂହପାଲି କ୍ଲଷ୍ଟରର ସିଆରସିସି ମନୋରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ଵାଗତ ଅଭିଭାଷଣ ଦେଇଥିଲେ। ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନର ପ୍ରୟାସ କ୍ରମେ ଆରମ୍ଭ ହୋଇଥିବା ନିରନ୍ତର ଶିକ୍ଷଣ କର୍ମଶାଳାର ଆଭିମୁଖ୍ୟ ପ୍ରଦାନ କରି ଶ୍ରୀ ବାରିକ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପିଲାମାନଙ୍କୁ ନିରନ୍ତର ଶିକ୍ଷା ଦାନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ଆହ୍ବାନ ଦେଇଥିଲେ। ପ୍ରାଥମିକ ଶିକ୍ଷାରେ ନିରନ୍ତର ଶିକ୍ଷାର ଆବଶ୍ୟକତା,ଉପାଦେୟତା ଓ ଉପରେ ବିଶଦ ଆଲୋଚନା କରି ଏହାକୁ ସଫଳ କରିବାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସକ୍ରିୟ ଯୋଗଦାନ ଆବଶ୍ୟକ ବୋଲି ଶିକ୍ଷକ ପ୍ରଶୀକ୍ଷିକା କହିଥିଲେ। ପରିଶେଷରେ ଶ୍ରୀ ବାଗ କାର୍ୟ୍ୟକ୍ରମର ସଫଳତା କାମନା କରିଥିଲେ। ଏହି କାର୍ଯ୍ୟ ଶାଳାରେ ବ୍ଲକର ସମସ୍ତ କେନ୍ଦ୍ର ସାଧନ ସଂଯୋଜକ ପଞ୍ଚାନନ ନାଥ, ସୁରେନ୍ଦ୍ର ଭୋଷାଗର, କିଚକ ସୁନା, ବାଲେଶ୍ଵର ବାଗ, କଂସମନି ଶତପଥୀ, ଭକ୍ତ କହ୍ନେଇ, ମୁନି ଭୋସାଗର, କିଶୋର ଚନ୍ଦ୍ର ପ୍ରଧାନ, ଜୟଦେବ ନାୟକ, ଋଷୁଭ ପଣ୍ଡା, ଅକ୍ଷୟ ତ୍ରିପାଠୀ, କେନ୍ଦ୍ର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ପୁଝାରୀ, ପ୍ରମୋଦ ମେହେର, ଲୋକନାଥ ମହାନନ୍ଦ, ଲକ୍ଷ୍ମଣ ଭୋଇ, ଗୋକୁଳାନନ୍ଦ ମଲ୍ଲିକ, ବଳରାମ ମେହେର ପ୍ରମୁଖ ଯୋଗ ଦେଇଥିବା ବେଳେ ବିରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories