www.samajalive.in
Monday, December 15, 2025
24.1 C
Bhubaneswar

ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବାରିପଦା ଗସ୍ତରେ ଯାଇ ସଦର ମହକୁମାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିବା ଜିଲା ପ୍ରଧାନଶିକ୍ଷକ ସମୀକ୍ଷା ବୈଠକରେ
ଅଧ୍ୟକ୍ଷତା କରିଛନ୍ତି। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲା କିପରି ପ୍ରାଥମିକତା ହାସଲ କରିପାରିବ ସେଥିପ୍ରତି ଶିକ୍ଷକଶିକ୍ଷୟିତ୍ରୀ ଏବଂ ପ୍ରଧାନଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ସଫଳ କାର୍ଯ୍ୟକାରିତାରେ ପ୍ରଧାନଶିକ୍ଷକମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି । ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ ରହିଛି ତାହା ପୂରଣ କରିବା ଦିଗରେ ମନ୍ତ୍ରୀ ଶ୍ରୀ ଦାଶ ପ୍ରଧାନଶିକ୍ଷକମାନଙ୍କ ସହଯୋଗ କାମନା କରିଥିଲେ । ଏତଦ୍‌ଭିନ୍ନ ଅନୁକମ୍ପାମୂଳକ ନିଯୁକ୍ତି ଏବଂ ଠିକ୍‌ ସମୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନ୍‌ସନ୍‌ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଯୁକ୍ତିକରଣ ମାଧ୍ୟମରେ ଜଣେ ଶିକ୍ଷକ ଥିବା ବିଦ୍ୟାଳୟକୁ ଅଧିକ ଶିକ୍ଷକ ଯୋଗାଇଦେବା ପାଇଁ ଜିଲାପାଳଙ୍କୁ ମନ୍ତ୍ରୀ ଶ୍ରୀ ଦାଶ ନିର୍ଦେଶ ଦେଇଥିଲେ। ଏଥିରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତି ହେମ୍ବ୍ରମ୍‌, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ ଉଦଳା ଭାସ୍କର ମଢ଼େଇ, ମୋରଡ଼ା ବିଧାୟକ ରାଜକିଶୋର ଦାଶ, ବଡ଼ସାହି ବିଧାୟକ ସନାତନ ବିଜୁଳି, ଜିଲାପାଳ ଭୀନିତ ଭରଦ୍ୱାଜଙ୍କ ସମେତ ଜିଲ୍ଲାର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories