www.samajalive.in
Sunday, December 7, 2025
14.1 C
Bhubaneswar

ମହାରାଷ୍ଟ୍ରରେ ମୁସଲିମଙ୍କ ପାଇଁ ୫% ସଂରକ୍ଷଣ ଦାବି

ମୁମ୍ବଇ: ମହାରାଷ୍ଟ୍ରରେ ଶିକ୍ଷା କ୍ଷେତ୍ରରେ ମୁସଲମାନଙ୍କ ପାଇଁ ୫% ସଂରକ୍ଷଣ ବ୍ୟବସ୍ଥା କରିବାକୁ ନ୍ୟାଶ୍‍ନାଲ୍‍ କଂଗ୍ରେସ ପାର୍ଟି(ଏନ୍‍ସିପି) ଦାବି କରିଛି। ଏହି ମର୍ମରେ ଏନ୍‍ସିପି ନେତା ମାଜିଦ୍‍ ମେମୋନ୍‍ ମଙ୍ଗଳବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଦ୍‍ନାଭିସ୍‍ଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଏବେ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ତାତି ଜୋର ଧରିଥିବା ବେଳେ ଏନ୍‍ସିପି ପକ୍ଷରୁ ଏହି ଦାବି ଉଠାଯାଇଛି।
ଫଦ୍‍ନାଭିସଙ୍କୁ ଲେଖିଥିବା ପତ୍ରରେ ମେମୋନ୍‍ ଉଲ୍ଳେଖ କରିଛନ୍ତି ଯେ ସାଚାର କମିଟି ରିପୋର୍ଟ ଆଧାରରେ ବମ୍ବେ ହାଇକୋର୍ଟ ମୁସଲମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୫% ଆସନ ସଂରକ୍ଷଣ କରିିବାକୁ ରାୟ ଦେଇଥିଲେ। ତେଣୁ ସେହି ଆଧାରରେ ରାଜ୍ୟରେ ମୁସଲମାନଙ୍କ ପାଇଁ ସଂରକ୍ଷଣ ଲାଗୁ ହେବା ଆବଶ୍ୟକ ବୋଲି ମେମୋନ କହିଛନ୍ତି। ଏହାଦ୍ୱାରା ସମାଜର ଶିକ୍ଷା ଓ ଆର୍ଥିକ କ୍ଷେତ୍ରରେ ଥିବା ବୈଷମ୍ୟ ଦୂର ହୋଇପାରିବ ବୋଲି ସେ କହିଛନ୍ତି। ମରାଠାମାନଙ୍କ ସଂରକ୍ଷଣ ଦାବି ପ୍ରସଙ୍ଗରେ ନିଷ୍ପତ୍ତି ସମୟରେ ମୁସଲମାନ ସମ୍ପ୍ରଦାୟଙ୍କ ସଂରକ୍ଷଣ ପ୍ରସଙ୍ଗ ବିଚାରକୁ ନେବାକୁ ମେମୋନ୍‍ ମୁଖ୍ୟମନ୍ତ୍ରୀ ଫଦ୍‍ନାଭିସ୍‍ଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ ସେ ମରାଠା ସଂରକ୍ଷଣ ଆନ୍ଦୋଳନକୁ ସମର୍ଥନ କରିଥିବା କହିଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories