www.samajalive.in
Saturday, December 13, 2025
26.1 C
Bhubaneswar

ବୁଡ଼ିଗଲା ଗୋଡ଼ ତଳକୁ ତଳକୁ

ଭାଙ୍ଗିଯାଇଛି ସନାତନ ବର୍ଣ୍ଣାଶ୍ରମ, ଏକାନ୍ନବର୍ତ୍ତୀ ପରିବାର ସଂଜ୍ଞା, ବ୍ୟବସ୍ଥା। କିଏ ପଚାରୁଚି ବୁଢ଼ାବୁଢ଼ୀଙ୍କୁ,ବାର୍ଦ୍ଧକ୍ୟର ଯନ୍ତ୍ରଣାକୁ!
‘ବଳଦ’ ଓ ‘ହଡ଼ାବଳଦ’, ଗୋଟିଏ ଜୀବର ଦୁଇଟି ଅବସ୍ଥା। ପ୍ରତି ଜୀବ ପାଇଁ ଇଏ ଏକ ଅପରିହାର୍ଯ୍ୟ ଅବସ୍ଥା, ପରିଣତି। କେବଳ ପଶୁ ଜୀବନ ଅତିବାହିତ କରୁଥିବା ଜୀବଙ୍କ ପାଇଁ ଏ ଦୟନୀୟ ପରିଣତି ଅବଶ୍ୟମ୍ଭାବୀ ନୁହଁ, ବିଜ୍ଞ ମଣିଷ ପାଇଁ ବି ଇଏ ଅପରିହାର୍ଯ୍ୟ। ତେବେ ବାର୍ଦ୍ଧକ୍ୟର ଏ ବୋଝ ସମ୍ଭାଳିବା, ବୋହିବାର ତାରତମ୍ୟ, ଭିନ୍ନତା କେବଳ ମଣିଷଠେଇ ସମ୍ଭବ। ତା’ର ପ୍ରଜ୍ଞା, ବିଚାରବୋଧ, ବାର୍ଦ୍ଧକ୍ୟର ଆକ୍ରମଣ କି ବୋଝକୁ ହାଲୁକା କରିଦିଏ। ଖଟି ଖଟି ବୁଢ଼ା ହୋଇଗଲେ, ଆଉ ଖଟି ନ ପାରିଲେ, ବଳଦକୁ ଦୁର୍ଦଶା ମାଡ଼ିବସେ। ମାଲିକ ପୂର୍ବପରି ତା’କୁ ଆଉ କୁଣ୍ଡା, କୁଳୁଚି ଦିଏନି, ଠେଙ୍ଗ ଓ ପଞ୍ଜରା ପଦାକୁ ଦିଶେ। ଖଣ୍ଡିଆ ଠେଙ୍ଗରେ ଡାଆଁଶର ଖୁମ୍ପା କି ଯନ୍ତ୍ରଣାଦାୟକ!

କେତେକ ଅର୍ଥନୀତିଜ୍ଞ ମଣିଷ ଖୋଳର ଆଉ ଜଣେ ଜଣେ ପଶୁ। ଏ ହଡ଼ା ପାଇଁ କୁଣ୍ଡା, କୁଳୁଚି ଖର୍ଚ୍ଚ (uneconomic) ଅଯଥା ଅର୍ଥ ବ୍ୟୟ ବିଚାରି ତାକୁ କଂସେଇକି ବିକିଦେଇ ଜଣେ ବେଶ୍‌ ପାରିବାର ପରିବାର ଚାଳକ ବୋଲି ନିଜକୁ ପ୍ରଜ୍ଞାପିତ କରନ୍ତି, ଯେତେଦିନ ଯାଏ ନିଜ ଝାଳବୁହା ଧନରେ ପ୍ରତିପାଳିତ କରିଥିବା ପୁଅ ତା’କୁ ଆଉ ଖାଇବାରେ ଯତ୍ନ କରେନି। ତା’ ତୁଳାଗଦି ଖଟ ଉଠାଇ ନେଇ ନିଜେ ବ୍ୟବହାର କରି ଠେଙ୍ଗ ଦିଶୁଥିବା ଏଇ ବୁଢ଼ାକୁ ବାଉଁଶ ପାତିଆ କି କତାଦଉଡ଼ି ଖଟରେ ଛଟପଟ ରାତିସାରା କରାଏ। ଝାଡ଼ା ଧରିଲା ତ ବାଡ଼ିପଟ ପାଇଖାନା ପାଖ ବାରଣ୍ଡା ଉପରେ ପାଲ ପକାଇ କୋଠରିରେ ରଖାଏ। ଦୋମହଲା ଘରେ ରହିଲେ ଝାଡ଼ାରେ ତା’ ସବୁ ଅସନା, ଅସ୍ବାସ୍ଥ୍ୟକର ହୋଇଯାଏ। ଘରେ ବୁଢ଼ୀଶାଶୂଙ୍କୁ ଘର ଜଗେଇ ଦେଇ ପୁଅକୁ ଧରି ମା’ ବାଲିଯାତ୍ରା ବାହାରିଲା। ବଡ଼ ଶ୍ରଦ୍ଧାରେ ପୁଅକୁ କହୁଥାଏ, ‘ବାପା ତୋ ମନ ଯାହା ହଉଚି କିଣ।’ ମାତ୍ର ପୁଅ ଏ ଦୋକାନରୁ ସେ ଦୋକାନ ବୁଲି କିଛି ଖୋଜୁଥାଏ ସିନା, କିଣୁ ନଥାଏ। ମା’ ବ୍ୟସ୍ତ ହୋଇ ପଚାରିଲା, ‘‘କ’ଣ କିଣିବୁ କହୁନୁ, ଏମିତି ଖୋଜୁଛୁ କ’ଣ?’’ ପୁଅ କହିଲା, ‘ନାଇ ମ ବୋଉ, ପଥୁରି ଗିନା ଓ କଂସାଟେ।’ ବୋଉ ବିସ୍ମୟରେ କହିଲା, ‘ଆରେ ଏଗୁଡ଼ା ତୋର କ’ଣ ହେବ?’ ପୁଅ କହିଲା, ‘ଆଲୋ ବୋଉ, ତୁ ଜେଜେମା’କୁ ଯେଉଁ ପଥର ଗିନା ଓ କଂସାରେ ଖାଇବାକୁ ଦେଉଛୁ ସେଗୁଡ଼ା ଅଧା ଭଙ୍ଗା ହୋଇଗଲାଣି। ମୋ ବେଳକୁ ସେଗୁଡ଼ା ଭାଙ୍ଗି ଯାଇଥିବ, ଏ ଯାତ୍ରାରୁ ତାକୁ ଆଜିଠାରୁ ନ କିଣିଲେ, ତତେ ମୁଁ କୋଉଥିରେ ଖାଇବାକୁ ଦେବି କହୁନୁ?’ ମା’ର ନିଶା ଛାଡ଼ିଗଲା। ମାତ୍ର ସେତେବେଳକୁ, ନେଡ଼ିଗୁଡ଼ କହୁଣିକି ବୋହି ଯାଇଥିଲା। ବୁଢ଼ାବାପା ଓ ବୁଢ଼ୀମା’ ଯେ ପଥର ବାସନରେ ଖାଆନ୍ତି ଓ ଗୁହାଳ ପାଖ ଘରେ ଶୁଅନ୍ତି, ଏ ସଂସ୍କାର, ସଂସ୍କୃତି ପୁଅ ମୁଣ୍ଡରେ ପଶି ଯାଇଥିଲା। ପିତାମାତା ଦେବତା ସମାନ, ତାଙ୍କୁ ଅବହେଳା ଘୋର ପାପ ଓ ପରଜନ୍ମ ପର୍ଯ୍ୟନ୍ତ ଏ ଅବହେଳା ତମକୁ ନିର୍ଯାତିତ କରିବ ଏ ଭୟ ଓ ବିଶ୍ବାସବୋଧ ଦିନକରେ ତିଆରି ହୋଇ ନ ଥିଲା। ଯୁଗଯୁଗର ଅଭ୍ୟାସ, ଚଳଣି ବିଶ୍ବାସବୋଧ ତିଆରି କରେ। ପ୍ରତିଦିନ ମାଂସ, ମାଛ ଖାଉଥିବା, ବାପ ମା ଭାଇ ଭଉଣୀ ପ୍ରତି ହତାଦର, ଅନାଦର ଥିବା ଲୋକ ପାଇଁ ସେବାଯତ୍ନ ଏକ ମହାନ୍‌ କର୍ତ୍ତବ୍ୟ ଓ ଏହାର ଅବହେଳା ଏକ ପାପ ଏ ବିଶ୍ବାସବୋଧ କେମିତି ସୃ​ଷ୍ଟି ହେବ? ସଭ୍ୟତା, ଶୃଙ୍ଖଳା ଦିନକର ନୁହେଁ। ‘ମାତୃବତ୍‌ ପର ଦାରେଷୁ, ପର ଦ୍ରବ୍ୟେଷୁ ଲୋଷ୍ଟ୍ରବତ୍‌ ଆତ୍ମବତ୍‌ ସର୍ବ ଭୂତେଷୁ ଯଃ ପଶ୍ୟନ୍ତି ସ ପଣ୍ଡିତଃ।’ ପର୍ଶୁରାମ, ଉପମନ୍ୟୁ, ଶ୍ରୀରାମଚନ୍ଦ୍ର ଓ ଶ୍ରବଣ କୁମାର ଆଦି ଚରିତ୍ର ଏ ଦେଶ ଶିଶୁ ପାଇଁ, ଯୁବକ ପାଇଁ ନିର୍ଦିଷ୍ଟ ଲକ୍ଷ୍ୟ, ଆଦର୍ଶ ବନିଯାଇଥିଲା।

- Advertisement -

ଆଜି କିନ୍ତୁ ହଉଚି କ’ଣ, ବୁଢ଼ାବୁଢ଼ୀ ​କେମିତି ନିର୍ଯାତିତ ହେଉଛନ୍ତି, ଅବହେଳିତ ହୋଇ ହଡ଼ା ବଳଦର ଜୀବନଯାପନ କରୁଛନ୍ତି, ତା’ କ’ଣ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ଦୂର ହୋଇପାରିବ? ପାଞ୍ଚଶହ ଟଙ୍କା ଭତ୍ତା ପାଇଁ କୋରାପୁଟ ପଟାଙ୍ଗି ବ୍ଲକର ଚନ୍ଦକା ପଞ୍ଚାୟତର ଗାଲିପଡୁ ଗାଁର ସତୁରି ବର୍ଷୀୟା ବୃଦ୍ଧା ସିନ୍ଦେରୀ ହର୍ଷା ଦୁଇ କିଲୋମିଟର ଯିବାର କି ସମାଧାନ? ଭାଙ୍ଗିଯାଇଛି ସନାତନ ବର୍ଣ୍ଣାଶ୍ରମ, ଏକାନ୍ନବର୍ତ୍ତୀ ପରିବାର ସଂଜ୍ଞା, ବ୍ୟବସ୍ଥା। ଏଇ ଅବହେଳା ଆଉ ପାପ ନୁହଁ, ଦଣ୍ଡନୀୟ ନୁହଁ, ଘୃଣିତ ନୁହଁ। କିଏ ପଚାରୁଚି ଏ ବୁଢ଼ାବୁଢ଼ୀଙ୍କୁ। ଦଶହରା ପର୍ବ ହେଲା ତ, ଘର ଖାଲି। ପୁଅ ସ୍ତ୍ରୀକି ଧରି ଶ୍ବଶୁର ଘରେ ଓ ଝିଅ ଶାଶୂଘର ଛାଡ଼ି ନିଜ ବର ସହ ବାପଘରେ, ବ୍ୟବସ୍ଥା ଓଲଟି ଗଲାଣି। ଅବହେଳା, ଯତ୍ନନେବା, ଭଲ ପାଇବା ଆଇନରେ ବା ଅର୍ଥରେ ନ ଥାଏ, ଭାବରେ, ନୈତିକବୋଧରେ ଥାଏ। ତମେ ଭିନ୍ନ ଆଚରଣ କରି ଆଇନ ଗଢ଼ିଲେ କ’ଣ ହେବ। ଅର୍ଥ ବା ଆଇନରେ ଦିହକ ସମ୍ଭୋଗ ସୁଖ ମିଳିବ, ମାତ୍ର ସ୍ତ୍ରୀସୁଖ, ସୋହାଗ କାଇଁ, ‘ବେଶ୍ୟାନାଂ ଚ କୁତୋ ସ୍ନେହ’।

ତେଣୁ ସରକାର ବା ସମାଜର ମୁଣ୍ଡିଆଳମାନେ ଭାରତୀୟ ସଂସ୍କାର ପ୍ରତି ମୁହଁ ନ ଫେରାଇଲେ, ‘ବୁଡ଼ିଗଲା ଗୋଡ଼ ତଳକୁ ତଳକୁ’ ଦଶା ପ୍ରାପ୍ତ ହେବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories