www.samajalive.in
Saturday, December 6, 2025
17.1 C
Bhubaneswar

ସୁରକ୍ଷିତ ଚିଲିକା

ଚିଲିକା ହ୍ରଦରେ ଜଳବିମାନ ଚଳାଚଳ ନେଇ କେନ୍ଦ୍ରର ପ୍ରସ୍ତାବ କାଟ୍ ଖାଇବା ଏକ ଭଲ ଖବର। ଏସିଆର ଏହି ବୃହତ୍ତମ ହ୍ରଦର ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ। ପ୍ରକୃତରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହ ଆଦୌ ପରାମର୍ଶ ନକରି ଏଭଳି ପ୍ରସ୍ତାବ ରଖିବା କେବଳ ଅପରିଣାମଦର୍ଶିତା ନଥିଲା, ଔଦ୍ଧତ୍ୟପୂର୍ଣ୍ଣ ମଧ୍ୟ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଏଭଳି ଏକ ଅସାଧାରଣ ପ୍ରାକୃତିକ ବିଭବର ସୁରକ୍ଷା ବଦଳରେ ତା’ର କ୍ଷତି ହେବାଭଳି କୌଣସି ପଦକ୍ଷେପ ନେବା, ତା’ ପୁଣି ବିନା ବିଚାରବିମର୍ଶରେ, ଆଦୌ ଗ୍ରହଣୀୟ ନୁହେଁ। ଜଳବିମାନ ଚଳାଚଳ କରିଥିଲେ ଚିଲିକାର ଜୈବବିବିଧତା ନଷ୍ଟ ହେବା ସହ ତା’ ଉପରେ ନିର୍ଭରଶୀଳ ହଜାରହଜାର ଲୋକଙ୍କ ଜୀବନଜୀବିକା ଉପରେ ସିଧାସଳଖ ପ୍ରଭାବ ପଡ଼ିଥା’ନ୍ତା। ତା’ର ଭରଣା କରିବା କୌଣସି ମତେ ସମ୍ଭବ ହୋଇନଥା’ନ୍ତା।
ବାସ୍ତବତା ହେଲା ସରକାର ଦେଶର ଉପକୂଳ ଅଞ୍ଚଳଗୁଡ଼ିକରେ ବିଭିନ୍ନ ପ୍ରକାରର ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଚାହୁଁଥିବାବେଳେ ସେଠାକାର ପ୍ରାକୃତିକ ପରିବେଶର ସୁରକ୍ଷା ନେଇ ସମୁଚିତ ଧ୍ୟାନ ଦେଉନାହାନ୍ତି। କେବଳ ଚିଲିକା ନୁହେଁ, ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏହାର ବହୁଳ ଉଦାହରଣ ଦେଖିବାକୁ ମିଳୁଛି। ଏହାରି ଫଳ ସ୍ବରୂପ ବିଭିନ୍ନ ସମୟରେ ପ୍ରାକୃତିକ ବିତ୍ପାତ ଦେଖାଦେଉଛି ଓ ଜନସାଧାରଣ ତା’ର କୁପରିଣାମ ଭୋଗୁଛନ୍ତି। ନିକଟରେ କେରଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ତା’ର ଏକ ବଡ଼ ଦୃଷ୍ଟାନ୍ତ। ଏହାକୁ ସମ୍ପୂର୍ଣ୍ଣ ପ୍ରାକୃତିକ ବୋଲି କୁହାଯାଇପାରିବ ନାହିଁ। ଏହି ବିପର୍ଯ୍ୟୟ ପାଇଁ ମଣିଷର ଅପରିଣାମଦର୍ଶିତା ମଧ୍ୟ ଅନେକାଂଶରେ ଦାୟୀ। ପ୍ରକୃତି ଓ ପରିବେଶର ସୁରକ୍ଷା ସର୍ବୋପରି, ଏହା ଭୁଲିଯିବା ଅନୁଚିତ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories