ଗିରଫ ହେବେ କି ହେମନ୍ତ ସୋରେନ୍: ଦିଲ୍ଲୀରେ ଖୋଜୁଛି ଇଡି
ନୂଆଦିଲ୍ଲୀ: ଅଡୁଆରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀରେ ଇଡ଼ି ହେମନ୍ତ ସୋରେନଙ୍କୁ ଖୋଜୁଛି । ହେମନ୍ତ ସୋରେନ ଗତ ଦୁଇ ଦିନ ଧରି ଦିଲ୍ଲୀରେ ଅଛନ୍ତି । ଶନିବାର ରାତିରେ ସ୍ୱତନ୍ତ୍ର ବିମାନ ଯୋଗେ ହେମନ୍ତ ସୋରେନ ଝାରଖଣ୍ଡରୁ ଦିଲ୍ଲୀ ଆସିଥିଲେ । ଦିଲ୍ଲୀର ଶାନ୍ତି ନିକେତନ ଅଂଚଳରେ ହେମନ୍ତଙ୍କ ବ୍ୟକ୍ତିଗତ ବାସଭବନ ରହିଛି । ଏହାରି ଭିତରେ ହେମନ୍ତ ସୋରେନଙ୍କୁ ପଚରାଉଚରା ପାଇଁ ଇଡ଼ି ପ୍ରସ୍ତୁତି ଚଳାଇଛି । ସୋମବାର ହେମନ୍ତଙ୍କ ବାସଭବନ ଯାଇ ଇଡ଼ି ଟିମ ହେମନ୍ତଙ୍କୁ ନପାଇ ଖାଲି ହାତରେ ଫେରିଥିଲେ । କିନ୍ତୁ ହେମନ୍ତଙ୍କ ଡ୍ରାଇଭରଙ୍କୁ ଇଡ଼ି ସାଙ୍ଗରେ ନେଇଯାଇଥିବା ସୂଚନା ମିଳିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ଇଡ଼ି ଟିମ ଜମି ସ୍କାମ ମାମଲାରେ ହେମନ୍ତ ସୋରେନଙ୍କୁ ୧୦ ଥର ସମନ କରିସାରିଛି । ଏହା ସତ୍ୱେ ଇଡ଼ିରେ ହାଜର ହୋଇନଥିଲେ ହେମନ୍ତ । ଏହି ମାମଲାରେ ହେମନ୍ତ ଗିରଫ ହେବା ନେଇ ଆଶଙ୍କା କରାଯାଉଛି । ହେମନ୍ତ ଦିଲ୍ଲୀରେ କେଉଁଠାରେ ଥିବା ସନ୍ଦେହ କରି ଇଡ଼ି ତାଙ୍କୁ ଖୋଜିବାକୁ ଜୋରଦାର ପ୍ରୟାସ କରିଛି । ଏନେଇ ତାଙ୍କ ଡ୍ରାଇଭରଙ୍କୁ ପଚରାଉଚରା କରାଯାଉଛି ।
Comments are closed.