www.samajalive.in
Saturday, December 6, 2025
16.1 C
Bhubaneswar

ଆହୁରି ସପ୍ତାହ ଯାଏଁ କୁହୁଡି ସମ୍ଭାବନା ; ବିଳମ୍ବରେ ଚାଲୁଛି ଟ୍ରେନ୍‌‌,ବିମାନ ବାତିଲ

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆର ସମେତ ଦେଶ ତଥା ରାଜ୍ୟରେ ଅଧିକାଂଶ ସ୍ଥାନରେ ଶୀତର ପ୍ରକୋପ ସହ କୁହୁଡିର ଆସ୍ତରଣ ରହିଛି। ଦିଲ୍ଲୀ ଏନସିଆରରେ ସୋମବାର ମଧ୍ୟ କୁହୁଡି ଦେଖାଯାଇଛି। ଏହାସହ ଖରାପ ପାଗ କାରଣରୁ ଦିଲ୍ଲୀ ଆସିବାକୁ ଓ ଦିଲ୍ଲୀରୁ ଯିବାକୁ ଥିବା ଅନେକ ଟ୍ରେନ୍‌‌ ବିଳମ୍ବରେ ଚାଲୁଛି। କିଛି ଟ୍ରେନ୍‌‌କୁ ବାତିଲ କରାଯାଇଛି। ଯାହା ଫଳରେ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଉତ୍ତରଭାରତରେ ଘନ କୁହୁଡି ଓ ହାଡଭଙ୍ଗା ଶୀତରୁ ତ୍ରାହି ମିଳୁନାହିଁ। ଘନ କୁହୁଡି ଯାତାୟତ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ଟ୍ରେନ୍‌‌ ଗୁଡିକ ବିଳମ୍ବରେ ଚାଲିବା ସହ ବିମାନ ସେବା ଅଧିକ ପ୍ରଭାବିତ ହେଉଥିବା ଦେଖାଯାଉଛି। ପାଣିପାଗ ବିଭାଗରୁ ହୋଇଥିବା ପୂର୍ବାନୁମାନ ଅନୁଯାୟୀ,ସୋମବାର ଠାରୁ ପାରଦ ଉପରମୁହାଁ ହେବାର ସମ୍ଭାବନା ରହିଛି। ଏହା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ସାତ ଡିଗ୍ରୀ ଓ ସର୍ବୋଚ୍ଚ ତାପମାତ୍ରା ୨୨ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ପାହାଡରୁ ଆସୁଥିବା ଥଣ୍ଡା ପବନ କାରଣରୁ ମଧ୍ୟାହ୍ନ ସମୟରେ ମଧ୍ୟ ଅଧିକ ଥଣ୍ଡା ଅନୁଭୂତ ହେଉଛି। ରବିବାର ଦିନ ଯାକ ବାଦଲ ରହିଥିବାରୁ ଖରା ଆଦୌ ହୋଇ ନାହିଁ। ପାଣିପାଗ ବିଭାଗ ସୂଚନାନୁଯାୟୀ, ସପ୍ତାହ ଯାଏଁ ଘନ କୁହୁଡି ଜାରି ରହିବାର ସମ୍ଭାବନା ରହିଛି। ସୋମବାର ପବନ ଦକ୍ଷିଣ ଦିଗରୁ ପ୍ରବାହିତ ହେବ। ଏହା ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୮ ରୁ ୧୦ କିଲୋମିଟର ରହିବାର ଅନୁମାନ କରାଯାଇଛି। ମଙ୍ଗଳବାର ପବନ ଦକ୍ଷିଣ-ପୂର୍ବ ଦିଗରୁ ବହିବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୪ରୁ ୬ କିଲୋମିଟର ରହିବାର ଅନୁମାନ କରାଯାଇଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories