www.samajalive.in
Saturday, December 6, 2025
16.1 C
Bhubaneswar

ଏନଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଧାରଣା

କେସିଙ୍ଗା: କେସିଙ୍ଗା ଏନଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ମନମୁଖି କାର୍ଯ୍ୟକଳାପ ପ୍ରତିବାଦରେ ତାଙ୍କର ବଦଳି ଦାବିକରି କେସିଙ୍ଗା ବିକାଶ ମଞ୍ଚର ଆହ୍ୱାନକ୍ରମେ ସହରବାସୀ ଧାରଣା ଦେଇଛନ୍ତି। ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ସହରବାସୀ ଗଣଧାରଣା ଦେଇଛନ୍ତି। ଧାରଣାରେ ସହରର ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, କାଉନ୍‌ସିଲର, ବ୍ୟବସାୟିକ ସଂଘ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, କ୍ଷୁଦ୍ର ବ୍ୟବସାୟୀବୃନ୍ଦ, ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଛନ୍ତି। ନିର୍ବାହୀ ଅଧିକାୀରଙ୍କ ମନମୁଖି କାର୍ଯ୍ୟ ପାଇଁ କେସିଙ୍ଗାର ବିକାଶରେ ବାଧା ସୃଷ୍ଟି ହେଉଛି, ଜନସାଧାରଣଙ୍କ କୌଣସି ଅଭିଯୋଗ ଶୁଣୁ ନାହାନ୍ତି ଏଭଳି ଅଭିଯୋଗକୁ ଭିତ୍ତିକରି ତାଙ୍କର ବଦଳ ଦାବି କରି ଏହି ଧାରଣା ଦିଆଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ପ୍ରଶାସନଠାରୁ ଆରମ୍ଭ କରି ରାଜନୈତିକ ନେତୃବୃନ୍ଧଙ୍କ ନିକଟରେ ତାଙ୍କର ବଦଳି ପାଇଁ ଦାବି କରିଆସୁଥିଲେ ମଧ୍ୟ କେହି କିଛି ପଦକ୍ଷେପ ନେଲେନାହିଁ। ତେଣୁ ବାଧ୍ୟହୋଇ ଧାରଣା ଦିଆଯାଇଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। କେସିଙ୍ଗା ଚେମ୍ବର ଅଫ୍‌‌ କମର୍ସର ସଭାପତି ରାମ୍‌‌ କୁମାର ଜୈନ, କାଉନସିଲର ରମାକାନ୍ତ ଜେନା, ଧରଣୀଧର ନାଏକ, ରୋହିତ କୁମାର ଜୈନ, ବିଜେପି ନଗର ସଭାପତି ମଗନ ସିନ୍ଦୁର, ବିଜେଡି ନଗର ସଭାପତି ରମେଶ ପଟ୍ଟନାୟକ, କଂଗ୍ରେସର ନଗର ସଭାପତି ସୁଭାଷ ଜୈନ, କଂଗ୍ରେସର ଜିଲା ଯୁବ କଂଗ୍ରେସର ଉପ ସଭାପତି ବିଜେ ଦ୍ୱୀପ, ପୂର୍ବତନ ଏନଏସି ଅଧ୍ୟକ୍ଷ୍ୟ, ସରିତା ସିନ୍ଦୁର ଦୟାନିଧି ସୁନାନି, ସୁରେଶ ସାହୁ, ସାମ୍ବାଦିକ ସୁଶାନ୍ତ କୁମାର ମହାପାତ୍ର, ଗଜିନ୍ଦ୍ର ସାହୁଙ୍କ ସମେତ ବହୁ ଲୋକ ଏହି ଧାରଣାରେ ସାମିଲ ହୋଇଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories